ଆସାମୀ କୁ ଧରିବାକୁ ଯାଇ ମାଡ ଖାଇଲା ତିର୍ତ୍ତୋଲ ପୋଲିସ।

ଜଗତସିଂହପୁର : ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହମା ବଜାର ନିକଟସ୍ଥ ତେରମାଣ ପୁର ଗ୍ରାମରେ ପୋଲିସ କୁ ଜଣେ ଚୋର ମାଡ ମାରିଥିବା ଜନସଧାରଙ୍କ ଠାରୁ ସୂଚନା ମିଳିଛି।ସୂଚନା ଅନୁସାରେ ସାଇଲୋ ଗ୍ରାମ ପଂଚାୟତର ତେରମାଣପୁର, ବାଲିସାହି ଗ୍ରାମର ଆଶାମି ନନ୍ଦକିଶୋର ବରାଳ ପି-ରତ୍ନାକର ବରାଳ ପେସାରେ ଜଣେ ଚୋର ।ଯାହାକି ତାନାମରେ ତିର୍ତ୍ତୋଲ ଥାନାରେ 4ଟି କେଶ ରହିଛି।ତିର୍ତ୍ତୋଲ ପୋଲିସ ମଧ୍ୟ ତା ଠାରୁ ମାସିକିଆ ପଣି ନେଇ ଘଣ୍ଟ ଘୋଡାଉ ଥିଲା।ତେବେ ଗ୍ରାମବାସୀ ସମ୍ପୃକ୍ତ ବ୍ୟକ୍ତି ଙ୍କ ଦ୍ଵାରା ଅତିଷ୍ଠ ହୋଇ ଥାନା ଘେରାଉ କରିବାକୁ ଚେତାବନୀ ଦେଇଥିଲେ ତେବେ  ତିର୍ତୋଲ ଥାନାର ଜଣେ ଏସ ଆଇ ଓ ଜଣେ କନେଷ୍ଟବଳଙ୍କୁ  ଉକ୍ତ ନନ୍ଦ କିଶୋର ବଳକୁ ଧରିବାକୁ ଯାଇଥିବା ସମୟରେ ଉକ୍ତ ଦୁଇ ପୋଲିସ ଙ୍କୁ ନିସ୍ତୁକ ବାଡେଇ ଥିଲା ସମୟ-ଦିନ ଦୁଇ ଟା  35 ସମୟରେ।ତେବେ ଜଣେ ଚୋର କଣ ପାଇଁ ପୋଲିସ ଉପରକୁ ପୋଲିସ ବାଡ଼ି ଛଡାଇ ବାଡେଇଲା ତାହା ଉଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡିବ।ତେବେ ପୋଲିସ କୁ ମାଡ଼ ମାରିଥିବା ନନ୍ଦ କିଶୋର କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here