ରାଜକନିକା ଥାନା ପୋଲିସ ବିରୋଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ରାଜକନିକା ବ୍ଲକ୍ ଅନ୍ତର୍ଗତ ନୂଆଗାଁ, ପନ୍ତି ଗ୍ରାମର ଅଭିଯୋଗକାରୀ ପ୍ରତିମା ଦାସ ଏବଂ ତାଙ୍କ ପରିବାର ଲୋକେ ଆରକ୍ଷୀ ଅଧିକ୍ଷକଙ୍କୁ ପୂର୍ବାହ୍ନ ୧୧ ଘଟିକା ସମୟରେ ତାଙ୍କ ଜଜାଂଗସ୍ଥିତ ମୂଖ୍ୟ କାର୍ଯ୍ୟାଳୟରେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ରାଜକନିକା ଥାନା ଅଧିକାରୀ ଏବଂ ପୋଲିସ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ -ତାଙ୍କ ଝିଅକୁ ତାଙ୍କ ଭାଇଙ୍କୁ ଝିଅ କରିଦେଇଥିଲେ । ହେଲେ ପାରିବାରିକ କଳହ ଯୋଗୁ ମୋର ଝିଅକୁ ହତ୍ୟାକରି ଏକ ଜୋର ବା ପୋଖରୀରେ ପକାଇ ଦେଇଥିଲେ । ଏବିଷୟରେ ସେ ରାଜକନିକା ଥାନାରେ ଦୀର୍ଘ ୨୨ଦିନ ହେବ ଅଭିଯୋଗ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଥାନା ବାବୁ ସେମାନଙ୍କଠାରୁ ଲାଞ୍ଚଖାଇ କିଛି ବୁଝୁ ନାହାଁନ୍ତି କି ଖୁଲମ ଖୁଲା ଅଭିଯୁକ୍ତ ବା ଦୋଷୀ ସ୍ପଷ୍ଟ ଦିବାଲୋକରେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ୍ କରୁ ନାହାନ୍ତି । ଯାହା ଫଳରେ ସେମାନେ ଥାନାକୁ ୧୦ରୁ ଅଧିକଥର ଦୌଡି ଦୌଡି ନୟାନ୍ତ ହେବାପରେ ମଧ୍ୟ ପୋଲିସ ସେମାନଙ୍କ କଥା ନବୁଝିବାରୁ ବାଧ୍ୟ ହୋଇ ସେମାନେ ସପରିବାର ଏସପିଙ୍କୁ ଦେଖାକରି ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀ ମାନଙ୍କୁ ଗିରଫ କରି ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here