ଖବର ସଂକ୍ଷେପ ରେ…… ତାରିଖ–୨୦-୦୬-୨୦୨୧/ ରବିବାର (NEWS IN BULLETS)

୧–ଡବଲ ଡୋଜ୍ ଭାକ୍ସିନ ନେଇଥିଲେ ବି କରୋନା ସଂକ୍ରମିତ ହେଉଛନ୍ତି କିଛି ଲୋକେ, ଚିନ୍ତାରେ ସରକାର, ଗଠନ କଲେ ଟେକ୍ନିକାଲ କମିଟି ।

୨-ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ ।

୩-ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩ ।

୪–ଦେଶରେ ୬ଟି ଡେଲ୍‌ଟା ପ୍ଲସ ମାମଲା ଚିହ୍ନଟ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍‌ଟା ପ୍ଲସ ଚିହ୍ନଟ-ଆଇଏଲଏସ ନିର୍ଦେଶକ ।

୫-ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର, ଜୁଆଙ୍ଗ ଘର ଦେଖିପାରିବେ ଦର୍ଶକ ।

୬–ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି  ; ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ଅଧିନାୟକ ହେବାରେ ନୂଆ ରେକର୍ଡ । ।

୭-ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବନି ରଥଯାତ୍ରା, ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଉଠିଲା ବିରୋଧର ସ୍ଵର ।
୮-କରୋନା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ବନ୍ଦ ହେଲା ହରିଦ୍ୱାରରେ ହେବାକୁ ଥିବା ଗଙ୍ଗା ସ୍ନାନ ।

୯-ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଯୋଜନାରେ ଲାଭ ମିଳିବ ନାହିଁ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ଘୋଷଣା ।

୧୦-ଫାଇଟିଂ ପାଇଁ ଅକ୍ଷୟ କୁମାରଙ୍କୁ ଚ୍ୟାଲେଞ୍ଜ କଲେ WWE ସୁପରଷ୍ଟାର ଅଣ୍ଡରଟେକର୍, ମଜାଦାର ଜବାବ ଦେଲେ ବଲିଉଡ ଖିଲାଡି ।

୧୧-ସପ୍ତାହକ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦୁଇ ଥର ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ।

୧୨-ଚନ୍ଦକା ଅଂଚଳରେ ମହିଳାଙ୍କୁ ହତ୍ୟା ଘଟଣାର ୯ ବର୍ଷ ପରେ ପୁଣି ଖୋଳତାଡ । କାମାକ୍ଷନଗରରେ ପୋଷ୍ଟର ମାରିଲା କମିଶନରେଟ ପୁଲିସ । ମୃତ ମହିଳାଙ୍କ ଜାଣିଥିଲେ, ପୁଲିସକୁ ଜଣାଇବାକୁ ଅନୁରୋଧ ।

୧୩-ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ।

୧୪-ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡିଛି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ ।

୧୫-କୁନି ପିଲାର ମୂଲ୍ୟ ୧୦ ହଜାର ଟଙ୍କା । ଭୁବନେଶ୍ୱର ମାଳି ସାହିରୁ ଶିଶୁ ବିକ୍ରି ଅଭିଯୋଗ ଘଟଣା ପରେ ପିଲାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ .।

୧୬-ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର, ମାମଲା ରୁଜୁ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ।

୧୭-ଜମ୍ମୁକାଶ୍ମୀରରେ ସ୍ଥିତିରେ ସୁଧାର ପାଇଁ କେନ୍ଦ୍ରର ପ୍ରୟାସ । ଆସନ୍ତା ସପ୍ତାହରେ ସର୍ବଦଳୀୟ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀରେ ବୈଠକ ବସିବା ସମ୍ଭାବନା ।

୧୮-ଏବେ କୋର୍ଟରେ ପଶ୍ଚିମବଙ୍ଗ ନିର୍ବାଚନ ତାତି, ଦିଦିଙ୍କ ପରେ ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ କରିବ ବିଜେପି ।

୧୯-ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗାରେ ଜଳବନ୍ଦୀ ଅବସ୍ଥା ।

୨୦-ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ ପାଇଁ ଚାଲିଛି ପ୍ରକ୍ରିୟା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here