ଖବର ସଂକ୍ଷେପ ରେ…… ତାରିଖ–୧୯-୦୬-୨୦୨୧/ଶନିବାର (NEWS IN BULLETS)

୧. ରାଜ୍ୟରେ ଗୋଟିଏ ଦିନରେ ୩୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୦୪୯୮ କୁ ବୃଦ୍ଧି ପାଇଛି ।

୨. ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ।

୩. ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା ।

୪. ଦେଶରେ ଦିନକରେ ୬୨ ହଜାର ଆକ୍ରାନ୍ତ , ଦେଶରେ ମୃତ୍ୟୁ ହାର କମୁଛି ।

୫. ଛ’ ଯୋଡ଼ା ପାସେଞ୍ଜର ଟ୍ରେନ ୩୦ ଜୁନ ପର୍ଯ୍ୟନ୍ତ ବାତିଲ ।

୬. ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ ଭାବେ ପରିଚିତ ଆଥଲେଟ୍ ମିଲଖା ସିଂ ଆଉ ଏହି ଦୁନିଆରେ ନାହାନ୍ତି ।

୭. ମେସ୍କୋରେ ବିନା ଅନୁମତିରେ ରେଲଓ୍ବେ ସାଇଡିଂ, ତଦନ୍ତ କଲେ ପ୍ରଦୂଷଣ ଅଧିକାରୀ।

୮. ଅଭିନେତ୍ରୀ ଦିବ୍ୟା ଦତ୍ତା, ତନିଷା ଚାଟର୍ଜୀ, ମଂଜରୀ ଫାଡନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜେନେଭା ଅବଜରଭର୍ସଠାରେ ପ୍ରଦର୍ଶିତ ହୋଇଛି ।

୯. ଭାରତୀୟ ମହିଳା କ୍ରିକେଟ୍ ଟିମର ଯୁବ ଓପ୍ନର ଶେଫାଳି ବର୍ମା ନିଜର ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି।

୧୦. ଡ୍ରାଗନର କ୍ରୁରତା: ଉଇଗର ମୁସଲିମ ଓ ତିବ୍ବତୀ କଏଦୀଙ୍କ ହାର୍ଟ, ଲିଭର ଓ କିଡନୀ କାଢି ନେଉଛି ଚୀନ ।

୧୧. ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାର ରହୁନି ତାଳମେଳ : ସ୍ଵତନ୍ତ୍ର ଅଡିଟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ।

୧୨. ଜମ୍ମୁ-କଶ୍ମୀରର ଏକ ସ୍କୁଲ୍‌ ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ଦେଲେ ଅକ୍ଷୟ କୁମାର ।

୧୩. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ । ଏହି ୮ଟି ଜିଲ୍ଲା ହେଉଛି – ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ।

୧୪. ‘ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଦିଆଯିବ ଟିକା’ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ରାଜ୍ୟକୁ ଆହୁରି ଟିକା ଆସିବ।

୧୫. କରୋନାର ତୃତୀୟ ଲହର ପାଇଁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ, ଡିଏମଇଟି କହିଲେ ଡରନ୍ତୁ ନାହିଁ ।

୧୬. ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ, ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।

୧୭. ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ଼୍ ମହାମାରୀର ତୃତୀୟ ଲହର ।

୧୮. କରୋନା ସହ ଲଢିବା ପାଇଁ ପ୍ରସ୍ତୁତ ହେବ ୧ ଲକ୍ଷ ସମ୍ମୁଖ ଯୋଦ୍ଧା । କ୍ରାସ୍କୋର୍ସ ପ୍ରୋଗ୍ରାମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here