ଖବର ସଂକ୍ଷେପ ରେ…… ତାରିଖ ୧୭-୦୬-୨୦୨୧/ ଗୁରୁବାର (NEWS IN BULLETS)

୧-ଲକ୍‌ଡାଉନ୍‌ରେ ମାତିଛନ୍ତି ସାଇବର ଠକ:ଦଶମ ରେ ପ୍ରଥମ ପାଇଁ ୧୫ ହଜାର ଓ ଦ୍ବିତୀୟ ଶ୍ରେଣୀରେ ପାସ କରାଇଦେବା ପାଇଁ ମାଗୁଛନ୍ତି ୮ ହଜାର!

୨-ବଲାଙ୍ଗୀର ବନ୍ଧକ ଘଟଣାରେ ପର୍ଦ୍ଦାଫାଶ : ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ ଭୟଭୀତ କରିବାକୁ ଦେଖାଇଥିଲି ବନ୍ଧୁକ ।

୩-ଲକ୍‌ଡାଉନ୍‌ ଆଶିଂକ ଉଠିଲା : ୧୭ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫, ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା, ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ରାତ୍ରି କର୍ଫ୍ୟୁ ।

୪-ଭାରତ ହେଉଛି ବିଶ୍ୱର ସର୍ବାଧିକ ଷ୍ଟାର୍ଟ ଅପ୍‍ ଇକୋ ସିଷ୍ଟମର କ୍ଷେତ୍ର : ପ୍ରଧାନମନ୍ତ୍ରୀ ।

୫-ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦ୍ ଯାପିତ : ଭାଗ ନେଇଥିବା ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନ ଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

୬-ସାମ୍ନାକୁ ଆସିଲା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା, ୯୦ ଦିନର ଚିକିତ୍ସା ପରେ ଦେଖାଗଲା ଲକ୍ଷଣ ।

୭-ଦେବଦମ୍ପତିଙ୍କ ଶୀତଳଷଷ୍ଠୀ, କେଦାରଗୌରୀରୁ ଫେରିଲେ ହରପାର୍ବତୀ ।

୮-ୟୁଟ୍ୟୁବ୍‌ରୁ ପଢ଼ିବେ ପ୍ରାଥମିକ ପିଲା; ଜୁନ୍‌ ୨୧ରୁ ଜୁଲାଇ ୭ ଯାଏ କାର୍ଯ୍ୟସୂଚୀ ପ୍ରସ୍ତୁତ, ସକାଳ ୯ଟାରୁ ୧୦ଟା ୩୦ ଯାଏ କ୍ଲାସ ।
୯– ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି।

୧୦-ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢୁଛି : ଆର୍ଥିକ ସଙ୍କଟ ମଧ୍ୟରେ ଏବେ ମୁହଁ ମୋଡୁଛି ସେନା, ।

୧୧-କୋଭିଡ୍ ଭାଇରସର ଅନ୍ତ ପାଇଁ ଜାପାନୀଙ୍କ ପ୍ରାର୍ଥନା : ବିଶାଳକାୟ ବୁଦ୍ଧ ମୂର୍ତ୍ତି ପିନ୍ଧିଲେ ୩୫ କିଲୋ ଓଜନର ଫେସ୍ ମାସ୍କ ।

୧୨-ଦେଶରେ ସେପ୍ଟେମ୍ବରରେ ଲଞ୍ଚ ହୋଇପାରେ କୋଭୋଭାକ୍ସ: ଜୁଲାଇରେ ପିଲାଙ୍କ ଉପରେ ଆରମ୍ଭ ହେବ ପରୀକ୍ଷଣ ।

୧୩-ବଦଳିଲା ସରକାର, ବଦଳିଲାନି ନୀତି: ଉସୁକାଇଲା ଗାଜା, ମିସାଇଲ ମାଡ କରି ମୁହଁତୋଡ ଜବାବ ଦେଲା ଇସ୍ରାଏଲ ।

୧୪-ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟ୍ୱିଟର, ନିଯୁକ୍ତ କଲା ମୁଖ୍ୟ ଅନୁପାଳନ ଅଧିକାରୀ ।

୧୫-ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାକୁ ଅମଙ୍ଗ ସିଦ୍ଧୁ, ପଞ୍ଜାବ କଂଗ୍ରେସ ପାଇଁ ବଢ଼ିଲା ଅଡୁଆ ।

୧୬-ଟ୍ୱିଟର ପରେ ଏବେ ଇନଷ୍ଟାଗ୍ରାମ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ଜୁନ ୧୮ ରେ ଏନେଇ ବସିବ ସଂସଦୀୟ ସମିତି ବୈଠକ ।

୧୭-ମି‌ଜୋରାମ୍‌ରେ ଶରଣ ପଶିଛନ୍ତି ମିଆଁମାର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୯୦୦୦ ଜନତା ।

୧୮-ଟ୍ରେନରେ କରୋନା ପ୍ରତିରୋଧକ କୋଚ ଲଗାଇବ ରେଳ ବିଭାଗ: ପବନରେ ଥିବା ଭୂତାଣୁକୁ ମାରିବ ଏୟାର ପ୍ଲାଜମା ଥେରୋପି ।

୧୯-ଯୁକ୍ତ ଦୁଇ ମୂଲ୍ୟାୟନ, ଆଜି ପୁଣି ବସିବ ବିଶେଷଜ୍ଞ କମିଟି ବୈଠକ ।

୨୦-ହକି ଓଡ଼ିଶା ପରିଚାଳନା ଲାଗି ୫ ଜଣିଆ ଆଡ୍‌ ହକ୍‌ କମିଟି, ଓଡ଼ିଶାରୁ ୪ ପ୍ରତିିନିଧି ।

୨୧-ପୁରୁଣା ବୟନାକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ ପୁଲିସର ଛାନଭିନ୍ ।

୨୨-ଲୋକଜନଶକ୍ତି ପାର୍ଟି ଦୁଇଭାଗ ପାଇଁ ନୀତିଶଙ୍କୁ ଦୋଷ ଦେଲେ ଚିରାଗ । କହିଲେ ସୁବିଧାବାଦୀ ନେତାଙ୍କ ପାଇଁ ଦଳର ଏପରି ଦଶା । ପଶୁପତି ପାରଶ ସଂସଦୀୟ ଦଳ ନେତା ହେବା ବେଆଇନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here