ଖବର ସଂକ୍ଷେପ ରେ…… ତାରିଖ ୧୫-୦୬-୨୦୨୧/ ମଙ୍ଗଳବାର (NEWS IN BULLETS)

୧-ଭାଗଚାଷୀଙ୍କୁ ଭୁଲିଗଲେ; ୬ ବର୍ଷ ହେଲା ଆଇନ ପ୍ରସ୍ତୁତ ‌ହୋଇପାରିଲାନି, ସେମିତି ପାରମ୍ପରିକ ଧାରାରେ ଚାଲିଛି ଭାଗ ଚାଷ ।
୨-ରାଜ୍ୟରେ ଚିକିତ୍ସାଧୀନଙ୍କ ସଂଖ୍ୟା କମୁଛି, ସଂକ୍ରମଣ ହାର ଆହୁରି କମିବ: ଡିଏମ୍‌ଇଟି ।

୩-କରୋନା ମହାମାରୀ ବିରୁଦ୍ଧରେ ଆଉ ଏକ ଅସ୍ତ୍ର : ନୋଭାଭାକ୍ସ ଟିକା ୯୦ ପ୍ରତିଶତ ପ୍ରଭାବି, ଖୁବଶୀଘ୍ର ହେବ ଉତ୍ପାଦନ ।

୪-ଇସ୍ରାଏଲ ରାଜନୀତିରେ ପଟ୍ଟ ପରିବର୍ତନ । ନୂଆ ପ୍ରଧାନମନ୍ତ୍ରୀ ହେଲେ ନେଫ୍ଟାଲି ବେନେଟ୍ । ଦୀର୍ଘ ୧୨ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ବେଂଜାମିନ ନେତାନ୍ୟାହୁ ।

୫-ସାଧାରଣ ଜନତାଙ୍କୁ ଝଟକା ! ଦରବୃଦ୍ଧି ଭାଙ୍ଗିଲା ୬ ମାସର ରେକର୍ଡ, ମେରେ ୬.୩୦ ପ୍ରତିଶତ ବଢିଲା ଖୁଚୁରା ମୁଦ୍ରାସ୍ଫୀତି ।

୬-ସୁପ୍ରିମକୋର୍ଟଙ୍କ ଆଦେଶରେ ନରମିଲେ ମମତା, କହିଲେ- ରାଜ୍ୟରେ ଲାଗୁ କରିବୁ ‘ଓ୍ଵାନ ରାସନ, ଓ୍ଵାନ ରାସନ କାର୍ଡ’ ଯୋଜନା ।

୭-କରୋନା କାଳରେ ଅନାଥ ଶିଶୁଙ୍କୁ ପୋଷ୍ୟଗ୍ରହଣ ବିଜ୍ଞାପନ ପ୍ରସଙ୍ଗ – ତଥ୍ୟ ମାଗିଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

୮-ଧାରା ୩୭୦ ଉଚ୍ଛେଦ ମାମଲାରେ ବିଜେପିକୁ ଟାର୍ଗେଟ କଲେ ଦିଦି: କାଶ୍ମୀରବାସୀଙ୍କ ସ୍ୱାଧୀନତା ଚାଲିଗଲା ।

୯-ନକଲି ଔଷଧ କାରବାରରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୧୦-‘ଦୟାକରି ମୋ ପାଖକୁ ଫେରି ଆସ’; ଏଭଳି ଭାବବିହ୍ୱଳ କଲା ଭଳି ପୋଷ୍ଟ କରି ସୁଶାନ୍ତଙ୍କୁ ମନେ ପକାଇଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

୧୧–ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡ଼ିରେ ବଜ୍ରପାତ, ୨ ମୃତ,ଜଣେ ଗୁରୁତର। ବୀରମହାରାଜପୁର ବ୍ଲକ ବରଡ଼ାପଟା କେନ୍ଦୁପତ୍ର ଫଡ଼ିରେ ଅଘଟଣ। କେନ୍ଦୁପତ୍ର ଫଡ଼ିରେ ଶ୍ରମିକମାନେ କାମ କଲାବେଳେ ବଜ୍ରପାତ।

୧୨–ଦିଲ୍ଲୀରେ ଅନଲକ-ଖୋଲିଲା ସବୁ ଦୋକାନ। କରୋନା ସଂକ୍ରମଣ କମିବା ପରେ ଅଧିକ ନିୟମ କୋହଳ। ସକାଳ ୧୦ରୁ ତାରି ୮ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା।

୧୩-ଶଶିକଳାଙ୍କ ସହ କଥା ହୋଇ ଏଆଇଡିଏମକେରୁ ବହିଷ୍କୃତ ହେଲେ ୧୬ ନେତା ।

୧୪-ପଶ୍ଚିମବଙ୍ଗ ରାଜନୀତି ଉଠୁଛି ପଡୁଛି ! ଶୁଭେନ୍ଦୁଙ୍କ ସହ ରାଜ୍ୟପାଳଙ୍କୁ ଭେଟିଲେ ୫୧ ବିଧାୟକ, ୨୩ ବିଜେପି ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ।

୧୫-୧୦ ମିନିଟ୍‌ରେ ୨ କୋଟିରୁ ୧୮ କୋଟି, ରାମ ମନ୍ଦିର ଜମି କିଣାରେ ଦୁର୍ନୀତି ବିବାଦ ଘନେଇଲା ।

୧୬-୮ ଲକ୍ଷରୁ ଊର୍ଦ୍ଧ୍ୱ ଆରୋଗ୍ୟ : ଆଗ ଧାଡ଼ିର କୋଭିଡ ଯୋଦ୍ଧା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

୧୭-ଭବିଷ୍ୟତ ପିଢ଼ୀ ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ : ପ୍ରଧାନମନ୍ତ୍ରୀ ।

୧୮-କୋଭିଡ୍‌ ସଚେତନତା ପାଇଁ ‘ଫ୍ୟାମିଲି ମ୍ୟାନ୍‌’ର ଶ୍ରୀକାନ୍ତଙ୍କୁ କାମରେ ଲଗାଇଲେ କେନ୍ଦ୍ର ସରକାର ।

୧୯-୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ ।

୨୦-ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ନେଇ ଚର୍ଚ୍ଚା । ଉଦ୍ଧବ ହିଁ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଲେଖିଲା ଶିବସେନା ମୁଖପତ୍ର ‘ସାମ୍ନା’ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here