ଖବର ସଂକ୍ଷେପ ରେ…… ତାରିଖ ୧୪-୦୬-୨୦୨୧/ ସୋମବାର (NEWS IN BULLETS)

୧-ତାଲାବନ୍ଦ କୋହଳ ଗୁଜବ, ଖଣ୍ଡନ କଲେ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ।

୨-ଜୁନ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ, ୟୁଟ୍ୟୁବ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ହେବ ପାଠପଢ଼ା .

୩-ଆଜି ପହିଲି ରଜ: ଉତ୍ସାହ ନାହିଁ; ମନ ଭାଙ୍ଗି ଦେଇଛି କରୋନା ।

୪-ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୨୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

୫-୩୮ ପତ୍ନୀଙ୍କ ସ୍ୱାମୀ ତଥା ୮୯ ସନ୍ତାନଙ୍କ ଜନକ ଜିଓନା ଚନାଙ୍କ ପରଲୋକ, ମୃତ୍ୟୁ ବେଳକୁ ହୋଇଥିଲା ୭୬ ବର୍ଷ ।

୬–ଶେଷ ହେଲା NASAଙ୍କ ‘ଆର୍ଟିମିସ୍’ ମୁନ୍ ମିସନ୍ ରକେଟର ଆସେମ୍ୱଲିଂ, ଚଳିତବର୍ଷ ଶେଷ ସୁଧାହେବ ପରୀକ୍ଷଣ ଉଡାଣ ।

୭-ଜୁନ ୧୫ରୁ ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’ ଭ୍ୟାକସିନ, ପର୍ଯ୍ୟାୟ କ୍ରମେ ୧୨.୫ କୋଟି ଡୋଜ ପ୍ରସ୍ତୁତ କରିବ ଡଃ ରେଡ୍ଡୀ ।

୮-ଦେଶର ସବୁ ସରକାରୀ ଜିଲା ମୁଖ୍ୟ ଡାକ୍ତରଖାନାରେ ପିଏସଏ୍ ଅକ୍ସିଜେନ ପ୍ଲାଣ୍ଟ ଆଗାମୀ ଲହରର ପ୍ରସ୍ତୁତିକୁ ବ୍ୟାପକ କରିବ:ଧର୍ମେନ୍ଦ୍ର ପ୍ରଧାନ ।

୯-ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏ.ସି.ବି.ଏସ୍.ପି ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ନିଯୁକ୍ତ । ପ୍ରଥମ ଓଡିଆ ଭାବେ ହେଲେ ନିର୍ବାଚିତ ।

୧୦-–ନକଲି ଔଷଧ ଯାଞ୍ଚ କଡ଼ାକଡ଼ି, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ। ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ-ସ୍ବାସ୍ଥ୍ୟ ମନ୍ତ୍ରୀ .

୧୧–ଚଳିତ ଖରିଫ୍‌ରେ ବିହନ ନିଗମ ଦ୍ୱାରା ପ୍ରାମାଣିକ ବିହନର ନିରନ୍ତର ଯୋଗାଣ ନିମନ୍ତେ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦେଶ ।

୧୨–ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଁ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ।

୧୩-ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି: ଶିଥିଳ ପଡ଼ିଗଲା ପ୍ରସଙ୍ଗ, ବୋଝ ବୋହୁଛନ୍ତି ଉପଭୋକ୍ତା ।

୧୪-ଜି-୭ ଗୋଷ୍ଠୀକୁ ମୋଦୀଙ୍କ ଆହ୍ୱାନ, ଟିକା ଉପରୁ ବାଣିଜ୍ୟ କଟକଣା ହଟାଅ ।

୧୫-ଫ୍ରେଞ୍ଚ୍ ଓପନ୍‌ ଜିତିଲେ ଜୋକୋଭିକ୍‌, ୫୦ ବର୍ଷ ପରେ ଦୁଇ ଥର ସବୁ ଗ୍ରାଣ୍ଡ ସ୍ଲାମ୍‌ ଜିତିବାରେ ପ୍ରଥମ ।

୧୬-ଜି-୭ ମନ୍ଥନରୁ ଦୁନିଆକୁ ମିଳିଲା ଭ୍ୟାକ୍ସିନ ରୂପି ଅମୃତ, ଚୀନକୁ ଘେରିବାକୁ ସହମତ ହେଲେ ଦେଶ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here