ଖବର ସଂକ୍ଷେପ ରେ…… ତାରିଖ–୨୪-୦୬-୨୦୨୧/ ଗୁରୁବାର (NEWS IN BULLETS)

୧-ୟୁଟ୍ୟୁବ୍‌ ପାଠପଢ଼ା ପ୍ରହସନ: ୮୦% ପିଲା ବଞ୍ଚିତ ।

୨-ସ୍ଵପ୍ନ ଧୂଳିସାତ, ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତିଲା ନ୍ୟୁଜିଲାଣ୍ଡ, ନିରାଶ କଲେ ବିରାଟ ବାହିନୀ ।

୩-ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା : ବିନା ଭକ୍ତରେ କୋଭିଡ୍ ନିୟମ ଅନୁସାରେ ଚାଲିଛି ନୀତିକାନ୍ତି, ମଧ୍ୟରାତ୍ରୀରୁ ପହଣ୍ଡି ।

୪-ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ବଢ଼ୁଛି ଚିନ୍ତା । ୩ ରାଜ୍ୟକୁ ସତର୍କ କଲା କେନ୍ଦ୍ର, ଦେଶର ଏଯାଏଁ ଡେଲଟା ପ୍ଲସ୍ ଭାରିଆଣ୍ଟର ୪୦ ମାମଲା ଚିହ୍ନଟ ।

୫-ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ଆସନ୍ତାକାଲି ସର୍ବଦଳୀୟ ଆଲୋଚନା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

୬-୨୪ ଜୁନ୍ ଜ୍ୟେଷ୍ଠ ପୂର୍ଣ୍ଣିମା ହେବ ୨୦୨୧ର ଶେଷ ସୁପରମୁନ୍, ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ ।

୭-ପାକିସ୍ତାନ ସ୍ଥିତି ଗମ୍ଭୀର: ସଡ଼କ ଓ ଏୟାରପୋର୍ଟ ବନ୍ଧକ ରଖିବାକୁ ବାଧ୍ୟ ଇମ୍ରାନ ଖାନ ସରକାର ।

୮-“ଟ୍ରଷ୍ଟ ଇନ୍ ନ୍ୟୁଜ୍” ରେ ୪୬ ମିଡିଆ ମାର୍କେଟ ମଧ୍ୟରୁ ୩୧ସ୍ଥାନରେ ଭାରତ: ରଏଟର୍ସ ଇନଷ୍ଟିଚ୍ୟୁଟ୍ ସର୍ଭେ ।

୯-ସ୍କୁଲ ପାଠ୍ୟକ୍ରମରେ ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ।

୧୦-ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସ୍ୱତନ୍ତ୍ର କାର୍ଯ୍ୟ ଦଳ .

୧୧-ପଳାତକ ବ୍ୟବସାୟୀ ମାଲ୍ୟା, ମୋଦୀ, ଚୋକସିଙ୍କ ସମ୍ପତ୍ତି ବ୍ୟାଙ୍କଗୁଡିକୁ ହସ୍ତାନ୍ତର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ I

୧୨-ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଏଥର ବି ୩୦% କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ।

୧୩-ରବିନ୍ଦ୍ର ଜାଡେଜା ବନିଲେ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର । ଚତୁର୍ଥ ସ୍ଥାନରେ ଅଶ୍ୱିନୀ ।

୧୪-ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।

୧୫-ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ ।

୧୬-ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ନିଯୁକ୍ତି ଦେଲେ ସୋନିଆ ଗାନ୍ଧି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here