ପୋଷ୍ଟର ପାଲା ! ଏବେ ରାହୁଲ କହିଲେ ମୁଁ ବି କହୁଛି ମୋତେ ଗିରଫ କର, ଏପର୍ଯ୍ୟନ୍ତ ଗିରଫ ହେଲେଣି ୨୫

ନୂଆଦିଲ୍ଲୀ ୧୬ : ରାଜଧାନୀ ଦିଲ୍ଲୀର କାନ୍ଥବାଡରେ ଲାଗିଥିବା ପୋଷ୍ଟର ଏବେ ପାଲା ଲଗାଇଛି। ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଲାଗି ପୋଲିସ ୨୫ଟି ଏଲା ରୁଜୁ କରିଥିବା ବେଳେ ବିଭିନ୍ନ ସ୍ଥାନରେ ୨୫ ଜଣଙ୍କୁ ଗିରଫ କଲାଣି। ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୋଷ୍ଟରରେ ଯାହାବି ଲେଖାଇଛି ମୁଁ ସେଇଆ କହୁଛି ମୋତେ ମୋଦି ଗିରଫ କରନ୍ତୁ ବୋଲି ଦାବି କରିଛନ୍ତି।

ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ କଳା କାଗଜରେ ଧଳା ଅକ୍ଷରରେ ଲେଖା ଏହି ପୋଷ୍ଟର ଦେଖିବାକୁ ମିଳୁଛି। ଯାହାକୁ କଂଗ୍ରେସ ଓ ରାହୁଲ ଗାନ୍ଧି ଏବେ ନିଜର ପ୍ରୋଫାଇଲ ପିକ୍ଚର କରିଦେଇଛନ୍ତି। ଏଥିରେ ଆମ ଆଦମୀ ପାର୍ଟିର ଟ୍ୱିଟ୍‌ ପରିସ୍ଥିତିକୁ ଅଧିକ ବ୍ୟଙ୍ଗ କରିଛି। ଓଡିଆରେ ଏକ ଛୋଟ ଶିଶୁ ତା ସ୍କୁଲ ନେଇ କହିଥିବା କଥା ଭଳି ଟ୍ୱିଟ୍‌ କରିଛି ଆମଆଦମୀ।

ପୋଷ୍ଟରକୁ ନେଇ ଦିଲ୍ଲୀ ପୋଲିସ ଲୋକ ସେବକ ଦ୍ୱାରା ଜାରି ଆଦେଶ ଅବଜ୍ଞା ଆଇନର ଧାରା ୧୮୮ରେ ଏତଲା ରୁଜୁ କରିବା ସହ ତଦନ୍ତ କରି ଏପରି ପୋଷ୍ଟର ଲଗାଇଥିବା ଲୋକଙ୍କୁ ମହାମାରୀ କାଳରେ ଗିରଫ କରୁଛି। ପୋଲିସ ଅନୁସାରେ ଏବେ ମାମଲାର ତଦନ୍ତ ପୁରା ହୋଇନି। କାହା ଆଦେଶରେ ଏପରି ପୋଷ୍ଟର ସବୁ ଲାଗୁଛି ତାର ଏବେ ତଦନ୍ତ ଚାଲିଛି ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ଉତ୍ତର-ପଶ୍ଚିମ ଦିଲ୍ଲୀରେ ପୋଷ୍ଟରକୁ ନେଇ ୪ଟି ଏତଲା ରୁଜୁ ହୋଇଥିବା ବେଳେ ପୋଲିସ ୪ ଜଣଙ୍କୁ ସନ୍ଦେହରେ ଗିରଫ କରିଛି। ସେହିପରି କେନ୍ଦ୍ରୀୟ ଦିଲ୍ଲୀରେ ୨ଟି ପୋଷ୍ଟର ଲାଗିଥିବା ବେଳେ ୨ଟି ଏତଲା ରୁଜୁ କରାଯାଇଛି। ପୂର୍ବ ଦିଲ୍ଲୀରେ ଗୋଟିଏ, ଦ୍ୱାରକାରେ ଗୋଟିଏ ଏପରି ବିଭିନ୍ନ ସ୍ଥାନରେ ୨୫ଟି ପୋଷ୍ଟର ଲଗାଯାଇଥିବା ବେଳେ ପୋଲିସ ୨୫ ଜଣଙ୍କୁ ଗିରଫ କଲାଣି। ଏହି ପୋଷ୍ଟର କରୋନା ଟିକା ଅଭାବକୁ ନେଇ ଲଗାଯାଇଥିବା ବେଳେଏଥିରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here