ଖବର ସଂକ୍ଷେପ ରେ…… ତାରିଖ ୧୭/୦୫/୨୧, ସୋମବାର (NEWS IN BULLETS)

୧-ଭୁବନେଶ୍ୱର: ବିଶେଷଜ୍ଞଙ୍କ ପରାମର୍ଶ; ଲକ୍ ଡାଉନ୍ ଆଉ ଦଶ ଦିନ ବଢାଯାଉ।

୨-ଜୁନ ୧୫ ଯାଏଁ ଶ୍ରୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା, ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି।

୩-ବଦଳିବ ଦ୍ବିତୀୟ ପାନ ଟୀକାକରଣ ନିୟମ, ପଞ୍ଜିକୃତ ହୀତାଧୀକାରୀଙ୍କୁ ୮୪ ଦିନ ପୂର୍ବରୁ ମିଳିବ ଟୀକା।

୪-ମେ ୩୧ ତାରିଖ ପରେ ୧୦ ହଜାର ତଳକୁ ଆସିବ ସଂକ୍ରମଣ, ଜୁନରେ ସୁଧୁରିବ ସ୍ଥିତି।

୫-ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ SOP, ସର୍ଭିଲାନ୍ସ, ସ୍କ୍ରିନିଂ ଓ ହୋମ ଆଇସୋଲେସନ ଉପରେ ଗୁରୁତ୍ୱ।

୬-ଇନଡୋର ଓ ଆଉଟଡୋର ସୁଟିଂ ଉପରେ ଲାଗିଲା କଟକଣା, ଫିଲ୍ମ ଏବଂ ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଲେ ଏସ୍‌ଆର୍‌ସି।

୭- ରାଜ୍ୟରେ ଚାରିଦିନ ଜାରି ରହିବ ଶୁଖିଲା ଓ ଖରାଟିଆ ପାଗ,ତଥାପି ବଢିବନି ତାତି।

୮-ସରକାରୀ ଓ ବେସରକାରୀ ହସପିଟାଲରେ ୨୪ ଘଂଟିଆ ହେଲପଡେସ୍କ ବାଧ୍ୟତାମୂଳକ । କୋଭିଡ ହସପିଟାଲରେ ରହିବ କନଫରେନ୍ସ ହଲ, ଆଟେନାଂଟ ଜାଣିପାରିବେ ରୋଗୀଙ୍କ ତଥ୍ୟ

୯-ଜଳନ୍ଧର: ପଞ୍ଜାବରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶା; ଝିଅ ଶବକୁ କାନ୍ଧରେ ବୋହିଲେ ବାପା।

୧୦-ତୃତୀୟ ଲହର ରୋକିବାକୁ ବିଶେଷଜ୍ଞଙ୍କ ମତ ;ଦେଶର ୫୧ କୋଟି ଲୋକଙ୍କୁ ଟୀକାକରଣ ଜରୁରୀ।

୧୧-ନୁଆ ଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ‘ତାଉତେ’, ଗୁଜରାଟ, ମହାରାଷ୍ଟ୍ର ସହ ୭ ରାଜ୍ୟକୁ ବାତ୍ୟା ବିପଦ।

୧୨-ଇସ୍ରାଏଲ–ଗାଜା ସଂଘର୍ଷ: ଶାନ୍ତି ଲାଗି ଅନ୍ତର୍ଜାତୀୟ ଉଦ୍ୟମକୁ ଅଗ୍ରାହ୍ୟ କଲେ ନେତାନ୍ୟହୁ, କହିଲେ ଜାରି ରହିବ ଆକ୍ରମଣ।

? ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here