ସ୍ୱାଧୀନତା ପରର ସବୁଠୁ ବଡ଼ ଆହ୍ୱାନ କରୋନା: ରଘୁରାମ ରାଜନ :

ନୂଆଦିଲ୍ଲୀ : ମହାମାରୀ କରୋନା ସ୍ୱାଧୀନତା ପରର ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ବେଳେ ଏମିତି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି, କେତେକ ସ୍ଥାନରେ ବିଭିନ୍ନ କାରଣକୁ ନେଇ ସରକାର ଲୋକଙ୍କୁ ସାହାଯ୍ୟ ପାଇଁ ଉପସ୍ଥିତ ନଥିଲେ । ଶନିବାର ଏକ ଅନଲାଇନ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନ କହିଛନ୍ତି, ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ କ୍ଷେତ୍ର ପାଇଁ ଭାରତକୁ ଦେବାଳିଆ ଘୋଷଣା ପାଇଁ ଏକ ତ୍ୱରିତ ପ୍ରକ୍ରିୟାର ଆବଶ୍ୟକତା ରହିଛି ।

ମହାମାରୀ କରୋନା ସମୟ ଭାରତ ପାଇଁ ଦୁଃଖଦ । ସ୍ୱାଧୀନତା ପରେ ମହାମାରୀ କରୋନା ଦେଶ ପାଇଁ ହୁଏତ ସବୁଠୁ ବଡ଼ ଆହ୍ୱାନ । ରାଜନ କହିଛନ୍ତି, ଯେତେବେଳେ ପ୍ରଥମେ କରୋନା ଆସିଲା । ଲକଡାଉନ୍ ପାଇଁ ମୁଖ୍ୟ ସମସ୍ୟା ଆର୍ଥିକ ଥିଲା । ଏବେ କିନ୍ତୁ ଆର୍ଥିକ ସହ ବ୍ୟକ୍ତିଗତ ଉଭୟ ସମସ୍ୟା ହୋଇ ଛିଡ଼ା ହୋଇଛି । ଏହାକୁ ଡେଇଁ ଆଗକୁ ବଢ଼ିଲେ ସାମାଜିକ ତତ୍ତ୍ୱ ବି ରହିଛି ।

ଦେଶରେ ଏବେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ଉପରେ ରହିଛି । ମୃତକଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢ଼ୁଛି । ସେ କହିଛନ୍ତି, ମହାମାରୀର ଏକ ପ୍ରଭାବ ହେଉଛି ବିଭିନ୍ନ କାରଣରୁ ଆମେ ସରକାରଙ୍କ ଉପସ୍ଥିତିକୁ ଦେଖି ପାରିଲୁ ନାହିଁ । ସେ ମହାରାଷ୍ଟ୍ର ଉଦାହରଣ ଦେଇ କହିଛନ୍ତି, କୋଭିଡ୍ ଆକ୍ରାନ୍ତଙ୍କୁ ଅକ୍ସିଜେନ, ବେଡ୍ କରିପାରୁଛନ୍ତି । କେତେକ ସରକାର ଏଭଳି ସ୍ତରରେ ମଧ୍ୟା କାମ କରିପାରୁ ନାହାଁନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here