ଏବେବି ୯୮ବର୍ଷ ବୟସରେ ଅବହେଳିତ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀ ଜିଲ୍ଲା ସଭାପତି ।

କେନ୍ଦ୍ରାପଡା, ବ୍ୟୁରୋ ରିପୋର୍ଟ-(ତା-୧୫-୦୫-୨୦୨୧), ଏବେବି କେନ୍ଦ୍ରାପଡା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ସଭାପତି ଶ୍ରୀଯୁକ୍ତ ବିମ୍ବାଧର ମୁଦୁଲିଙ୍କ ପାଖରେ ପହଞ୍ଚି ପାରିନି କୌଣସି ସରକାରୀ ସାହାଯ୍ୟ କି ସୁବିଧା । ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୪ବର୍ଷ ପରେବି ଅବହେଳିତ ଅବସ୍ଥାରେ ସଂଗ୍ରାମୀ ବିମ୍ବାଧର ମୁଦୁଲି । ଏକ ଭଂଗା ନୁଆଣିଆଁ ନଡା ଛପର ଘରେ ଖରା, ବର୍ଷା, ଶୀତ, କାକରକୁ ଭୂକ୍ଷେପ ନକରି ଜୀବନ ବିତାଉଛନ୍ତି ସେହି ମହାନ ବ୍ୟକ୍ତିତ୍ୱର ଅଧିକାରୀ ଯେକି ଦେଶ ସ୍ୱାଧୀନ ହେବା ସମୟରେ ଦେଶପାଇଁ ଜାତି ଓ ଦେଶବାସୀଙ୍କ ହିତ ସାଧନ ନିମନ୍ତେ ଯେକି ଅନବରତ ବ୍ରିଟିଶ୍ ସରକାର ସହିତ ଲଢି ବା ସଂଗ୍ରାମ କରି ବହୁ ସମୟରେ ବ୍ରିଟିଶ ସରକାରଙ୍କର ନିର୍ଯ୍ୟାତନାର ଶିକାର ହେବା ସଂଗେ ସଂଗେ ବାରମ୍ବାର ଜେଲ୍ ଦଣ୍ଡ ଭୋଗିବା ସହିତ କେହିବାର ମଧ୍ୟ କାରାବରଣ ଭୋଗ କରିଥିବା ନଜିର ରହିଛି । ହେଲେ ସେହି ମହାନ ବ୍ୟକ୍ତିତ୍ୱର ଅଧିକାରୀ, ଜନନାୟକ ଏବଂ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରବାଦ ପୁଋଷ ଆଜିବି ୯୮ବର୍ଷ ବୟସରେ ଅବହେଳିତ, ଅବାନଞ୍ଚିତ ଆଉ ନିଷ୍ପେସିତ । ନା ତାଙ୍କୁ ଏବେବି ସୁଧା ମିଳିଛି ରହିବା ପାଇଁ ସରକାରୀ ଘରଖଣ୍ଡେ ନା ତାଙ୍କ ପାଖରେ ପହଞ୍ଚିଛି ପାରିଛି ଜିଲ୍ଲା ପ୍ରଶାସନ । କେବଳ ସେହି ସଂଗ୍ରାମୀ ଭତ୍ତା ଟିକକ ବା କେଇ ଟଙ୍କାରେ ଏପର୍ଯ୍ୟନ୍ତ ଭୋକ ଉପସରେ ପଡିରହି ଜୀବନ ଜୀବିକା ଯୁଦ୍ଧରେ କାଳାତିପାତ କରି ଆସୁଛନ୍ତି ସଂଗ୍ରାମୀ ବିମ୍ବାଧର ବାବୁ ।

ଦେଶରେ କରୋନା ମହାମାରିର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ମଧ୍ୟ ସେ ଖୋଦ୍ ଜିଲ୍ଲାପାଳ ହୁଅନ୍ତୁକି ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ହୁଅନ୍ତୁ ତାଙ୍କ ପାଖରେ ନପହଞ୍ଚି, ଏପର୍ଯ୍ୟନ୍ତ ତାଙ୍କୁ ମାକ୍ସ୍ କି ସାନିଟାଇଜର ସହିତ କରୋନା ଟୀକାଟିଏ ନଦେବା ବଡ ଦୁଃଖ ଆଉ ପରିତାପର ବିଷୟ ନିଶ୍ଚିନ୍ତ ରୂପେ ବୋଲି ଅତି କ୍ଷୋଭର ସହିତ କହିଛନ୍ତି କିଛି ସ୍ଥାନୀୟ ବୁଦ୍ଧିଜିବୀ ।

ଏପରି ଖବର ଗଣମାଧ୍ୟମରୁ ପାଇବା ପରେ କିଛି ରାଜନେତା, ସମାଜସେବୀ ଓ କିଛି ସାମ୍ବାଦିକ ତତକ୍ଷଣାତ୍ ତାଙ୍କ ଘରେ ପହଞ୍ଚି ଆଜି ତାଙ୍କୁ ମାକ୍ସ୍ ସାନିଟାଇଜର ପ୍ରଦାନ କରିବା ସହିତ ତାଙ୍କୁ କିପରି ତାଙ୍କ ଘରେ ଏପରି ପରିଣତଃ ବୟସରେ ତାଙ୍କୁ ସିନିୟର୍ ସିଟିଜେନ୍ ଭାବେ କରୋନା ଟୀକା ଦିଆଯାଇ ପାରିବ ବା ଟୀକା ଦେବାର ବନ୍ଦୋବସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନ କରିବା ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କର ନୀରାମୟ ଜୀବନ ପାଇଁ ପ୍ରଭୁ ଶ୍ରୀ ଶ୍ରୀ ଶଦ୍ଦ ବଳଦେବଜୀଉଙ୍କ ନିକଟରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଓ ସମାଜସେବୀ ମାନସ କୁମାର ସାହୁ ପ୍ରାର୍ଥନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here