ଜଗତସିଂହପୁର ବିଧାୟକ ଙ୍କ ଭରଚୁଆଲ କନଫରେନ୍ସି।।

ଜଗତସିଂହପୁର:  ବିଜୁ ଜନତା ଦଳର ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଭରଚୁଆଲ କନଫରେନ୍ସ ମାଧ୍ୟମରେ ଜଗତସିଂହପୁର ବ୍ଲକ  ୧ ନମ୍ବର ଜୋନର  ୯ ଗୋଟି ପଂଚାୟତର ଯଥା ପାଟେଣିଗାଁ,ପଟସରା, ମଣ୍ଡାସାହି,ମଧୁସୂଦନପୁର ଶାସନ, ରମ୍ଭାଦେଇପୁର୍, ସଭାମୂଳ, କଣ୍ଟିଲୋ, ଯାହାନପୁର୍,ତରତଙ୍ଗ ପଂଚାୟତର ସଭାପତି,ସରପଞ୍ଚ,ସମିତି ସଭ୍ୟ,ପଂଚାୟତ ଛାମୁଆ ନେତା,ସୋସିଆଲ ମିଡ଼ିଆ ସଂଯୋଜକ ଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ  ତୃଣମୂଳ ସ୍ତରରେ କିପରି ଭାବରେ ଲୋକମାନେ କୋରନା ମହାମାରୀ ସହିତ ମୁକାବିଲା କରିପାରିବେ ଓ ଯେଉଁ ମାନେ କୋରନା ମହାମାରୀରେ ଆକ୍ରାନ୍ତ ଅଛନ୍ତି ସେମାନେ କିଭଳି ଭାବରେ ଚିକିତ୍ସା ହେଉଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ।

ଏହା ସହିତ ପଂଚାୟତରେ କର୍ମୀ ମାନଙ୍କ ସମସ୍ୟା ବୁଝିବା ସହିତ ପଂଚାୟତରେ ଚାଲୁଥିବା ଏବଂ ବାକିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ସରକାର ନିର୍ଦେଶ ଅନୁଯାୟୀ ୧୪ଦିନ ହୋଈଥିବା ଲକ୍ ଡାଉନ୍ ମାନି ନିଜେ ଘରେ ରହିବା ସହିତ ଅନ୍ୟ ମାନଙ୍କୁ କହିବା ଏବଂ ସଦାସର୍ବଦା ମାସ୍କ ବ୍ୟବହାର କରିବା ପାଈଁ ପରାମର୍ଶ ଦେଇଥିଲେ ।ଏହି ଭରଚୁଆଲ କନ୍ଫରେନ୍ସି ରେ ବ୍ଳକ ଅଧଖ୍ୟା ବିଜୟଲକ୍ଷ୍ମୀ ବେହେରା,ବ୍ଳକ ବିଜେଡି ସଭାପତି ମନୋଜ ଭୋଇ,ଜିଲା ପରିଷଦ ସଦସ୍ୟା ମଞ୍ଜୁଲତା ମଲ୍ଲିକ,ଛାତ୍ର ବିଜେଡି ଜିଲା ସଭାପତି ସମ୍ବିତ କୁମାର ଲେଙ୍କା, ଯୁବବ୍ଲକ ସଭାପତି ସମ୍ବିତ କୁମାର ମହାନ୍ତି, ବ୍ଳକ ଉପାଧ୍ୟକ୍ଷ ପ୍ରସନ୍ନ ମହାନ୍ତି ପ୍ରମୂଖ ଯୋଗଦେଇଥିବାବେଳେ ଜିଲା ଆଇଟି ସଂଯୋଜକ ରତିରଞ୍ଜନ ବେହେରା ସମସ୍ତଙ୍କୁ ସଂଯୋଗ କରିଥିଲେ I

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here