ହୋମ୍ ଡେଲିଭରି ଦିଆଯିବ ଅକ୍ସିଜେନ୍ କନ୍ସେନ୍ଟ୍ରେଟର I

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଅମ୍ଳଜାନ ଯୋଗାଣ ଆବଶ୍ୟକ ସେମାନଙ୍କ ପାଇଁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ ହୋଇଛି ।

ସେ ଆହୁରି କହିଛନ୍ତି ଯେ ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ୨୦୦ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ପ୍ରତିଷ୍ଠା କରାଯିବ।

ସୂଚନାଯୋଗ୍ୟ ଦିଲ୍ଲୀ ସରକାର କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ଘରକୁ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଯେଉଁମାନେ କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଉଛନ୍ତି ସେମାନଙ୍କୁ ଡାକ୍ତରଙ୍କ ସୁପାରିଶ କ୍ରମେ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ହୋମ୍‌ ଡେଲିଭରି ଦିଆଯିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here