ଖବର ସଂକ୍ଷେପ ରେ…… ତାରିଖ ୧୫/୦୫/୨୧, ଶନିବାର (NEWS IN BULLETS)

୧-ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୨୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ।

୨-ପିଏମ କିଷାନ ଯୋଜନାରେ ଓଡିଶା ଚାଷୀଙ୍କୁ ମିଳିଲା ୫୫୬.୬୪ କୋଟି।

୩-ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। କେବଳ ସେବାୟତ ଟାଣିବେ ରଥ।

୪-୧୬ ତାରିଖ ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ ଆରବ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ‌

୫-ବାୟୁରେ ବ୍ୟାପୁଛି କରୋନା: ସଠିକ୍‌ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ।

୬-OJEE:ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ।

୭-ବ୍ଲାକ ଫଙ୍ଗସ୍‌ ପାଇଁ ବିଶେଷଜ୍ଞ କମିଟି ଗଠିତ: ଶୀଘ୍ର ଚିହ୍ନଟ ହେବ ରୋଗ, ତ୍ବରିତ ନିଦାନ ପାଇଁ ନିଆଯିବ ପଦକ୍ଷେପ।

୮-କରୋନା କାଳରେ ଆଶ୍ଵସ୍ତିକର ଖବର, ଚଳିତ ବର୍ଷ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ।

୯-ବିଶ୍ବ ବଜାରରୁ ରାଜ୍ୟ ସରକାରଙ୍କ ଟୀକା ସଂଗ୍ରହ ପ୍ରସଙ୍ଗ: ୩.୮୦ ଟୀକା ପାଇଁ ଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ।

୧୦-ପାନାଜୀ:ଅକ୍ସିଜେନ ସଂକଟ ଯୋଗୁଁ ଗୋଆରେ ୪ ଦିନରେ ମୃତ୍ୟୁ ବରଣ କଲେଣି ୭୪ଜଣ।

୧୧-ଜେନେଭା:WHOର ଚେତାବନୀ-ଏ ବର୍ଷ ଆହୁରି ଘାତକ ହେବ କରୋନା।

୧୨-ଆସିଲା ରୁଷିଆ ଟିକାର ଦାମ । ୫ ପ୍ରତିଶତ ଜିଏସଟି ସହିତ ଦେବାକୁ ପଡ଼ି ୯୯୫ ଟଙ୍କା । ସେପଟେ ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି ।

୧୩-ମାସ୍କ ଖୋଲିଲା ଆମେରିକା । ୨ଟି ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ନାହିଁ ଆବଶ୍ୟକ । ସାମାଜିକ ଦୂରତା ବି ନୁହେଁ ଜରୁରୀ

୧୪-ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ବିମାନ ଆକ୍ରମଣ । ପ୍ରାଣ ହରାଇଲେ ଗୋଟିଏ ପାଲେଷ୍ଟାଇନ ପରିବାରର ସବୁ ସଦସ୍ୟ ।

? ଆଜି ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ ବୃଷ ସଂକ୍ରାନ୍ତି ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here