ଭାରତରେ ସ୍ପୁଟିନିକ ଭି, ପ୍ରଥମ ଡୋଜ୍ ହାଇଦ୍ରାବାଦ ରେ ଦିଆଗଲା I । ଭାରତରେ ଡୋଜ ପିଛା 995 ଟଙ୍କା 40 ପଇସା I

ହାଇଦ୍ରାବାଦ: ସ୍ପୁଟିନିକ ଭି ର ପ୍ରଥମ ଡୋଜ୍ ହାଇଦ୍ରାବାଦ ରେ ଦିଆଗଲା I ଏହି ଟିକା ନେଇଛନ୍ତି କଷ୍ଟମ୍ ଫାର୍ମା ସରଭିସେଶ୍ ର ମୁଖ୍ୟ ଦିପକ୍ ଛାବ୍ରା I

ଆସନ୍ତା ସପ୍ତାହରେ ଭାରତରେ ଉପଲବ୍ଧ ହେବ ଋଷର ସ୍ପୁଟିନିକ ଭି ।  ଭାରତରେ ଡୋଜ ପିଛା 995 ଟଙ୍କା 40 ପଇସାରେ ଉପଲବ୍ଧ ହେବ । ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ଡଃ ରେଡ୍ଡୀ ଲାବୋରେଟୋରୀ ଏନେଇ ସୂଚନା ଦେଇଛି । 91.6 ପ୍ରତିଶତ ଦକ୍ଷତା ଥିବା ସ୍ପୁଟନିକ୍ ଭି ହେଉଛି ଭାରତରେ ବ୍ୟବହାର ପାଇଁ ଅନୁମୋଦିତ ତୃତୀୟ ଟିକା । ତେବେ ଦେଶରେ ଜୁଲାଇ ବେଳକୁ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ ହେଲେ ଦର କମିପାରେ ବୋଲି କହିଛି ଡ. ରେଡ୍ଡୀ ଲାବ୍ରୋରୋଟରୀ ।

ସ୍ପୁଟନିକ୍ ଭି ନିର୍ମାତା ଋଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ହାଇଦ୍ରାବାଦର ଡ. ରେଡ୍ଡୀ ଲାବ ଚୁକ୍ତି କରିଛି । ରାଜିନାମା ଅନୁସାରେ, ଡ. ରେଡ୍ଡୀ ଲାବ ଭାରତ ସହ ଅନ୍ୟ ଦେଶକୁ ଟିକା ଦେବ । ସ୍ପୁଟନିକ୍ ଭି ଟିକାର ଟ୍ରାଏଲ୍ ଋଷିଆ, ଭାରତ ସହ ୟୁଏଇରେ ହୋଇଥିଲା । ଜୁଲାଇରୁ ଦେଶରେ ୧୫.୬ କୋଟି ସ୍ପୁଟନିକ ଭି ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here