କୋଭିସିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ରଖିବାକୁ ସୁପାରିସ୍ I

ନୂଆଦିଲ୍ଲୀ : କୋଭିସିଲ୍ଡ ଡୋଜ୍ ମଧ୍ୟରେ ବଢିବ ବ୍ୟବଧାନ । ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପାଉଲ ସରକାରଙ୍କୁ ସୁପାରିସ୍ କରିଛନ୍ତି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରଖିବାକୁ ସୁପାରିସ୍ କରାଯାଇଛି । ଏବେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୬ରୁ ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଦିଆଯାଉଛି ।

ବୁଧବାର NEGVAC ବୈଠକରେ ଏନେଇ ଆଲୋଚନା ହୋଇଛି । ଏଥିସହ କୋଭିଡରୁ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ପ୍ରଥମ ଡୋଜ୍ ଟିକ ନନେଇ ୬ ମାସ ପରେ ନେବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ କୋଭିଡରୁ ସୁସ୍ଥ ହେବାର ୧୪ ଦିନ ପରେ ଟିକା ଦିଆଯାଉଛି । ଏହାକୁ ବୃଦ୍ଧି କରି ୬ ମାସ କରାଯିବାକୁ ସୁପାରିସ୍ କରାଯାଇଛି ।

ଏଥିସହ ବିଶେଷଜ୍ଞ କମିଟି ସୁପାରିସ୍ ଅନୁସାରେ, କୋଭିଡ୍ ଚିକିତ୍ସା ସମୟରେ ପ୍ଲାଜମା ନେଇଥିବା ଲୋକ ଅନ୍ତତଃ ୧୨ ସପ୍ତାହ ପରେ ଟିକା ନେବେ । ସେହିଭଳି ଅନ୍ୟ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ କୋଭିଡ୍ ଟିକା ନେବାକୁ ସୁପାରିସ୍ କରାଯାଇଛି । ତେବେ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here