ଭାରତରେ ଆମେରିକାର ଜନସନ ଆଣ୍ଡ୍ ଜନସନ COVID-19 ପାଇଁ ଟିକା ଉତ୍ପାଦନ କରିବ :

ୱାସିଂଟନ: ଭାରତରେ ଯୌଥ ଉଦ୍ୟୋଗରେ ଆମେରିକାର ଜନସନ ଆଣ୍ଡ୍ ଜନସନ ଟିକା ଉତ୍ପାଦନ କରିବା ଯୋଜନା ରଖିଛି । ଏଥିସହିତ ସିରମ୍ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆରେ ଟିକା ଉତ୍ପାଦନ କିଭଳି ବୃଦ୍ଧି ପାଇବ ସେଥିପାଇଁ ସହାୟତା କରିବାକୁ ଆଗଭର ରହିଛି ବୋଲି ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ମଙ୍ଗଳବାର କହିଛନ୍ତି । ଆମେରିକା ଦୂତାବାସରେ ବରିଷ୍ଠ ଅଧିକାରୀ ଡାନିଏଲ ବି ସ୍ମିଥ ଏହା ମଧ୍ୟ କହିଛନ୍ତି ଯେ ବାଲ୍ଟିମୋରରେ ଉତ୍ପାଦନ ହୋଇଥିବା ଆଷ୍ଟ୍ରାଜେନେକା ଟିକାର ଫଳପ୍ରଦତା କେତେ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଥିସହିତ ଏହି ଟିକାକୁ ବ୍ୟବହାର କିମ୍ବା ରପ୍ତାନି ପାଇଁ ଏଫଡିଏ ମଧ୍ୟ ଅନୁମତି ଦେଇନାହିଁ । ତେଣୁ ଆଗକୁ ଜରୁରୀ ଭିତ୍ତିରେ ଭାରତକୁ ଏହି ଟିକା ଯୋଗାଣ ନେଇ ଆମେରିକାର ଯୋଜନା କ’ଣ ରହିବ ତାହା କହିହେବ ନାହିଁ ବୋଲି ସେ କହିଛନ୍ତି । ବିଶ୍ୱକୁ ଟିକା ଯୋଗାଇ ଦେବା ପାଇଁ ଆମେରିକା ଆଗ୍ରହୀ ଅଛି । କିନ୍ତୁ ଟିକା କେତେ ନିରାପଦ ଏବଂ ଫଳପ୍ରଦ ତାହା ନିଶ୍ଚିତ ନହେବା ପର୍ଯ୍ୟନ୍ତ ଏହା ଦିଆଯାଇ ପାରିବ ନାହିଁ । ଭାରତରେ ମିଳିତଭାବେ ଟିକା ଉତ୍ପାଦନ ସଂପର୍କିତ ଏକ ପ୍ରଶ୍ନରେ ସ୍ମିଥ କହିଛନ୍ତି, ମିଳିତଭାବେ ଟିକା ଉତ୍ପାଦନ କରିବା ପାଇଁ ସମୟ ଲାଗିବ । ତେଣୁ ଟିକା ଉତ୍ପାଦନ କିଭଳି ବୃଦ୍ଧି ପାଇପାରିବ ତାହା ଉପରେ ଆମେରିକା ଚିନ୍ତା କରୁଛି ।

ତେବେ ଭାରତରେ କିଭଳି ଜନସନ ଆଣ୍ଡ ଜନସନ ଟିକା ଉତ୍ପାଦନ ପାଇଁ ନିବେଶ କରି ଆମେରିକା ଏଥିରେ ସହାୟକ ହୋଇପାରିବ ସେହି କାର୍ଯ୍ୟ ଡେଭଲପମେଣ୍ଟ ଫାଇନାନ୍ସ କୋଅପରେସନ ଅନୁଧ୍ୟାନ ଚଳାଇଛି ବୋଲି ସେ କହିଛନ୍ତି । ତେବେ ଘରୋଇ ସ୍ତରରେ ଫାର୍ମା କମ୍ପାନିଙ୍କ ମଧ୍ୟରେ ଏ ନେଇ କିଛି କଥାବାର୍ତ୍ତା ଚାଲିଥିବା ସୂଚନା ତାଙ୍କ ନିକଟରେ ରହିଛି ବୋଲି ସେ କହିଛନ୍ତି । ତେବେ ଏହାକୁ ଉତ୍ସାହିତ କରିବା ପାଇଁ ସରକାରୀଭାବେ ଯାହା କରାଯାଇ ପାରିବ ତାହା କରିବାକୁ ତାଙ୍କ ଦେଶ ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ସ୍ତରରେ ଟିକା ନିର୍ମାଣ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସିରମ୍ ଇନଷ୍ଟିଚୁ୍ୟଟ ଏବଂ ଅନ୍ୟ କିଛି ସ୍ଥାନରେ ଟିକା ଉତ୍ପାଦନ ବଢ଼ାଇବା ପାଇଁ କି ପ୍ରକାର ସହାୟତା ଏବଂ କଞ୍ଚାମାଲ ଆମେ ଯୋଗାଇ ପାରିବୁ ସେ ନେଇ ଆମେ ଯୋଗାଯୋଗରେ ଅଛୁ ବୋଲି ସେ କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here