ଖବର ସଂକ୍ଷେପ ରେ…… ତାରିଖ ୧୩/୦୫/୨୧, ଗୁରୁବାର (NEWS IN BULLETS)

୧-ସାଧୁସନ୍ଥ, ଭିକାରୀ ଓ ପରିଚୟ ପତ୍ର ନଥିବା ଲୋକଙ୍କୁ ମିଳିବ ଟିକା, ନିର୍ଦ୍ଧାରିତ ଆଇକାର୍ଡ ନଥିଲେ ବି ଟିକାକରଣରୁ ହେବେନି ବଞ୍ଚିତ।

୨-ପୁରୀ:ବିରଳ ଘଟଣା, ପତିତପାବନ ବାନାରେ ଶୂନ୍ୟ ଗଣ୍ଠି।ଏହା ଏକ ବିରଳ ଘଟଣା ବୋଲି ଚୁନରା ସେବକ କହିଛନ୍ତି।

୩-ଭୁବନେଶ୍ୱର: ଏଣିକି ୪୨ଦିନ ପରେ ମିଳିବ ଦ୍ବିତୀୟ ପାନ ଟୀକା, ରାଜ୍ୟରେ ଟୀକାକରଣ ଟପିଲା ୬୪ଲକ୍ଷ।

୪-କରୋନା ପରିସ୍ଥିତି ଓ ପରିଚାଳନା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୫-କେନ୍ଦ୍ର ପାଖରେ ୨୫ ଲକ୍ଷ ଡୋଜ୍ ଟୀକା ଓ ୫୦୦ ଭେଣ୍ଟିଲେଟର ଦାବି ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

୬-ପାଣିପାଗ: କାଳବୈଶାଖୀ ପାଇଁ ୧୭ଜିଲ୍ଲାକୁ ସତର୍କ ସୂଚନା ଜାରି।୪ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୭-କରୋନା ଆକ୍ରାନ୍ତ ବ୍ୟକ୍ତି ଭୟ ଦେଇ ଗତିକଲେ ନିଜର ଅଧିକ କ୍ଷତି ହେବ: ବିଶେଷଜ୍ଞ।

୮-ବଦଳିଲେ ଭୁବନେଶ୍ୱର ମହାନିଗମ କମିଶନର, ଦାୟିତ୍ୱ ନେବେ ସଞ୍ଜୟ କୁମାର ସିଂହ।

୯-କଟକ :୧୫ ଦିନରେ ଫଳ ପ୍ରକାଶ କଲା OPSC,786ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ଦେଲା ସୁପାରିସ।

୧୦-ମାଲକାନଗିରି ଏସ୍‌ପିଙ୍କ ଆହ୍ବାନ: କରୋନା ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଚିକିତ୍ସା କରାଯିବ।

୧୧-ନୁଆ ଦିଲ୍ଲୀ: ପିଲାମାନଙ୍କ ଉପରେ କୋଭାକ୍ସିନ ପରୀକ୍ଷାକୁ ବିଶେଷଜ୍ଞ କମିଟିର ଅନୁମତି, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ।

୧୨-ଉତ୍ତରାଖଣ୍ଡର ଗାଁ ସ୍ବାଲା:କରୋନା ପାଇଁ ବଦଳିଗଲା ପରମ୍ପରା, ବିବାହ ପାଇଁ ବର ଘରେ ପହଞ୍ଚିଲେ କନିଆଁ।

୧୩-ଗଙ୍ଗାରେ ଭାସୁଛି ଶତାଧିକ ମୃତଦେହ । ବିହାରରେ ୭୦ ଓ ଉତ୍ତର ପ୍ରଦେଶରୁ ୨୫ଟି ମୃତଦେହ ଉଦ୍ଧାର । ୟୁପିରୁ ଫିଙ୍ଗା ଯାଇଥିବା ନେଇ ସଂଦେହ ପ୍ରକାଶ କଲା ବିହାର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here