ସୁପ୍ରିମକୋର୍ଟର ଚର୍ଚ୍ଚିତ ବିଚାରପତି ଡିୱାଇ ଚନ୍ଦ୍ରଚୁଡ କରୋନା ସଂକ୍ରମିତ, ଭାରତରେ କୋଭିଡ ସଙ୍କଟ ସମ୍ପର୍କିତ ଶୁଣାଣି ସ୍ଥଗିତ I

ନୁଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ତାଙ୍କର ଜଣେ ସହଯୋଗି ମଧ୍ୟ ସଂକ୍ରମିତ ହୋଇଛନ୍ତି । ଯଦିଓ ବିଚାରପତି ସୁସ୍ଥ ଅଛନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ ବିଚାରପତିଙ୍କ ନେତୃତ୍ୱରେ ଚାଲିଥିବା ବେଞ୍ଚ ଆସନ୍ତା କିଛି ଶୁଣାଣି କରିବେ ନାହିଁ ।

ଭାରତରେ କରୋନା ସମୟରେ ଦେଖାଯାଇଥିବା କୋଭିଡ ସଙ୍କଟ ସମ୍ପର୍କରେ ଜଷ୍ଟିସ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି କରୁଛି। ଆସନ୍ତାକାଲି ମଧ୍ୟ ଏହି ଶୁଣାଣି ହେବାର ଥିଲାବେଳେ ଏହାକୁ ସ୍ଥଗିତ ରଖା ଯାଇଛି । ବିଚାରପତିଙ୍କ ଅନୁପସ୍ଥିତିରେ ଶୁଣାଣି ଅନ୍ୟ ତାରିଖ ପାଇଁ ସ୍ଥଗିତ ହେବାର ସମ୍ଭାବନା ରହିଛି ।

ଗତ ଏପ୍ରିଲରେ ସୁପ୍ରିମକୋର୍ଟର ଚାରି ଜଣ ବିଚାର ପତି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସହିତ ସେଇ ମାସରେ ସୁପ୍ରିମକୋର୍ଟର ୪୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ବିଚାରପତି ମାନେ ସେବେଠୁ ସେମାନଙ୍କ ଘରୁ ମାମଲା ଗୁଡିକର ଶୁଣାଣି କରୁଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here