ଚାଳ ଛପର ମାଟି ଘରେ ଜୀବନ ବିତୁଛି ଭିନ୍ନକ୍ଷମ ଚାରଣ ମଲ୍ଲିକଙ୍କ ପରିବାର।

ଜଗତସିଂହପୁର : ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଗଡବିସନପୁର ପଂଚାୟତ ର ଗଡବିସନପୁର ଚଷାପଡା ଗ୍ରାମର ଚାରଣ ମଲ୍ଲିକ 65 ବର୍ଷ ,ରହିବାପାଇଁ ପକାଘରଟିଏ ନାହିଁ ବିଜୁଳି ଆଲୁଅ ତାଙ୍କ ପାଇଁ ସାତ ସପନ ପାଲଟିଛି।ଚାରଣ ଙ୍କ ପରିବାର କହିଲେ  ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ତାଙ୍କ ପରିବାର । ଚାରଣ ପକାଘର ପାଇଁ ବାରମ୍ବାର ସରପଞ୍ଚ ଓ ଏରସମା ବ୍ଳକ ବିଡ଼ିଓ  ଆବେଦନ କଲେବି କିନ୍ତୁ ସେ ବିଫଳ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଏପରିକି ଗଡବିସନପୁର ଅଞ୍ଚଳର କୁଜୀ ନେତା ମାନେ କହୁଛନ୍ତି ୧୦ହଜାର ଟଙ୍କା ଦେଲେ ଯାଇ ତମ ନାମରେ ପକାଘର ଆସିବବୋଲି କହୁଛନ୍ତି। କିନ୍ତୁ  ଚାରଣ ମଲ୍ଲିକ ଦୁଃଖ ଭରା କଣ୍ଠରେ ରେ କହିଛନ୍ତି ମୁ ଜଣେ ଭିନ୍ନକ୍ଷମ  ମୋପାଖରେ୧୦ହଜାରଟଙ୍କା ନାହିଁ ବୋଲି ପକାଘର ମିଳୁ ନାହିଁ ।ରାଜ୍ୟ ସରକାର ଗରୀବ ଗୁରୁବା ଙ୍କ ପାଈଁ ବିଭିନ୍ନ ଯୋଜନା ଉପରେ ଯୋଜନା କଷି ଚାଲିଥିବା ବେଳେ ଏ ସବୁ ଯୋଜନା କାହା ପାଇଁ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ରାଜ୍ୟ ସରକାର ରାଜ୍ୟରେ କାହାର ଚାଳ ଛପର ଘର ରହିବ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ କିଛି ଲାଞ୍ଚ ଖୋର କୁଜୀନେତା ଓ ପ୍ରସାସନିକ ଅଧିକାରୀ ମାନଙ୍କ ପାଇଁ ଚାରଣ ମଲ୍ଲିକଙ୍କ ଭଳି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସୁଚନାଅନୁସାରେ ଖାଇବାପାଇଁ ଭାତ ନାହଁ ପିନ୍ଧି ପାଇଁ ଲୁଗା ନାହିଁ ମେଘ ଓ ଝଢବର୍ଷାହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହଁ ବିଜୁ ପକ୍କାଘର ମୋ କୁଡିଆ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାହାଲେ ଏସବୁ କାହାପାଇଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ତେବେ ଏଭଳି ଅସହାୟ ଚାରଣ ଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଓ ମୋ କୁଡ଼ିଆ ଯୋଜନାରେ ପକାଘର ଖଣ୍ଡେ ଯୋଗାଈ ଦେବାକୁ ସାଧାରଣରେ ଦାବି ହୋଇଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here