ପେଟପାଇଁ ସବୁନାଟ, ପେଟବିକଳରେ ଛୁଇଁ ସହିତ ରାସ୍ତା କଡରେ ଲେମ୍ବୁ ଓ ତାଳସଜ ବିକ୍ରି । କେନ୍ଦ୍ରାପଡା

କେନ୍ଦ୍ରାପଡା: ଦିନକୁ ଦିନ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆମ ଦେଶ ଓ ରାଜ୍ୟ ବାସୀଙ୍କ ହିତ ସାଧନ ନିମନ୍ତେ ଏବଂ ସାଧାରଣ ଜନତାଙ୍କ ମଙ୍ଗଳ ପାଇଁ କରା ଯାଇଥିବା ଉଭୟ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଭଳି କଠୋର ନୀୟମାବଳୀ ବା ଆଇନ ଦ୍ୱାରା ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ମାନଙ୍କର କୌଣସି ଅସୁବିଧା ନଥିବା ବେଳେ ସାଧାରଣତଃ ମଧ୍ୟବିତ ଆଉ ଗରିବ ବା ଖଟିଖିଆ ଏବଂ ଦିନ ମଜୁରିଆ ମାନଙ୍କ ପାଇଁ ଏପରି ବ୍ୟବସ୍ଥା ପାଲଟିଛି ଜମ ଦୌଡି ସଦୃଶ୍ୟ । ଥିଲାବାଲା ଘର ଲୋକେ ଆନନ୍ଦରେ ଚଳିଯାଉଥିବା ବେଳେ ଖାଇବାକୁ ନପାଇ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ପ୍ରଭାବରେ ଲୋକମାନଙ୍କ ଜୀବନ ସତ୍ୱେ ଯେମିତି ଅଟା କଳରେ ଅଟା ପେଶି ହୋଇଗଲା ଭଳି ଲାଗୁଥିବା ଦେଖିବାକୁ ମିଳିଛି । କାମଧନ୍ଦା, ବେପାର ବଣୀଜ, ଦୋକାନ ବଜାର, ଗାଡି ଘୋଡା ସବୁକିଛି ବନ୍ଦ୍ ହୋଇଯିବା ପରେ ଅଧିକାଂଶ ଲୋକେ ଭୋକ ଉପାସରେ ଦିନ କାଟୁଥିବା ବେଳେ ସେପଟେ କରୋନା ମହାମାରୀର ପ୍ରକୋପରେ ଲୋକେ ପୋକ ମାଛିଭଳି ମରୁଥିବା କରାଳ ଛବୀ ଦେଖିବାକୁ ମିଳିଛି ସମଗ୍ର ବିଶ୍ବରେ । ଏପଟେ ସରକାରଙ୍କର ଏଭଳି ନୀୟମକୁ ଖାତିର ନକରି ଭୋକ ବିକଳରେ ଛୁଆପିଲାଙ୍କ ମୁହଁରେ ଟିକେ ଦାନା ମାଠେ ବା ଆହାର ଦେବାପାଇଁ ଏବଂ ନିଜ ପରିବାରର ଭରଣପୋଷଣ ନିମନ୍ତେ କୋଉଠି କିଏ ପେଟ ବିକଳରେ ରାସ୍ତା କଡରେ ୮ ରୁ ୯ ବର୍ଷର ପିଲାଟି ତାର ଏପରି ପାଠ ପଢିବା ବୟସରେ କୁନି କୁନି ହାତରେ ଲେମ୍ବୁ ସହିତ ବସି ଧନିଆଁ ପତ୍ର ବିକ୍ରି କରୁଛିତଃ, କୋଉଠି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଟି ସ୍ୱାମୀ ପିଲାଙ୍କ ପାଇଁ ସାଂଗରେ ନିଜର ବାଳୁତ ଶିଶୁ କନ୍ୟାଟିକୁ ଧରି ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ସଜନା ଛୁଇଁ ବିକ୍ରିକରି ନିଜର ତେଲ ଲୁଣର ସଂସାର ବା ଗୁଜୁରାଣ ମେଣ୍ଟାଇବା ପାଇଁ ଅଣ୍ଟା ଭିଡି ରାସ୍ତା ଉପରକୁ ବାହାରି ପଡିଛି I

କୋଉଠି ରାସ୍ତା କଡରେ ଗରିବ ଅସହାୟ ମହିଳାଟି ପରିବାର ଚଳାଇବା ପାଇଁ କଦଳୀ ବିକ୍ରି କରୁଛିତଃ ପୁଣି କୋଉଠି ଲକ୍ ଡାଉନର ପ୍ରଭାବରେ କାଲା ମୁକ ବଦ୍ଧିର ମଣିଷଟି କାନକୁ ଶୁଭୁ ନଥିଲେ କି ପାଟିରେ କଥା କହିପାରୁ ନଥିଲେ ମଧ୍ୟ ଜୀବନ ବିକଳରେ ପିଲା ଛୁଆଙ୍କ ମୁହଁରେ ଦାନା ମୁଠାକ ଟିକେ ଦେବାପାଇଁ ଯୋଗାଡ କରିବା ପାଇଁ ରାସ୍ତା କଡରେ ବସି ପୋଲିସ ମାଡକୁ ଭୂକ୍ଷେପ ନକରି ତାଳସଜ ବିକ୍ରି କରୁଛି ।

Dular Bibi, Kendrapara

ସରକାର ସିନା କରୋନା ଦାଉରୁ ଲୋକ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ନୀୟମ ପରେ ନୀୟମ ପ୍ରଣୟନ କରି ଚାଲିଛନ୍ତି । ହେଲେ ସାଧାରଣ ଜନତାଙ୍କ ଚଳିବା ପାଇଁ ଖାଦ୍ୟ, ପାନୀୟ ବା ରିଲିଫ ସାମଗ୍ରୀର କିଛି ବ୍ୟବସ୍ଥା ନକରିବାରୁ ପ୍ରତିଦିନ କାମକରି ନିଜପେଟ ସହିତ ପରିବାର ପୋଷୁଥିବା ବା ପରିବାରର ଭରଣ ପୋଷଣ କରୁଥିବା ଲୋକଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।କରୋନା ମହାମାରୀର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ନୀୟମ ଭାଙ୍ଗି ଦେଉଛି ସାଧାରଣ ଲୋକଙ୍କ ମେରୁଦଣ୍ଡ । ତେବେ ଆସନ୍ତୁ ଶୁଣିନେବା ଏହି ଲକ୍ ଡାଉନ୍ ଓ ସଟ୍ ଡାଉନର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲା ବାସୀଙ୍କ ଉପରେ କେମିତି ରହିଛି ।

Advocate Pradip Das, State President, Janasakti Party

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here