ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା I

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା ପରେ ଖୁବଶୀଘ୍ର ଜିଲ୍ଲାରେ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍ ବ୍ୟବସ୍ଥା ହେବ । ଆସନ୍ତା ମଙ୍ଗଳବାରଠାରୁ ରାଉରକେଲାରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅସୀତ ତ୍ରିପାଠୀ ।

ଏହି ଟିମରେ ଅସୀତ ତ୍ରିପାଠୀଙ୍କ ସମେତ ପ୍ରମୁଖ ସଚିବ ଅନୁ ଗର୍ଗ ଓ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନ ପଣ୍ଡିତ ବି ଅଛନ୍ତି । ସେମାନେ ରାଉରକେଲାରେ ହାଇଟେକ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହାସହ ୨୪ ଘଣ୍ଟିଆ କୋଭିଡ୍ ହେଲ୍ପଲାଇନରେ ବି ସ୍ଥିତି ପରଖିଛନ୍ତି । ଏଥିସହ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ୍ ସ୍ଥିତି ଓ ଚିକିତ୍ସା ବାବଦରେ ଆଲୋଚନା କରିଛି ଉଚ୍ଚସ୍ତରୀୟ ଟିମ୍ । ସେଠାରୁ ଏମାନେ ବରଗଡ଼ ଜିଲ୍ଲା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here