ଚେଷ୍ଟା ନିଶା ନିବାରଣ କେନ୍ଦ୍ର ରେ ଜଣେ ଯୁବକକୁ ବାଡେଇ ବାଡେଇ ମାରିଥିବା ଅଭିଯୋଗରେ ଦୁଇ ଗିରଫ। ଜଗତସିଂହପୁର

ଜଗତସିଂହପୁର ଥାନା ଅନ୍ତର୍ଗତ ଚାନ୍ଦଗଡ ମଜୁରାଈ ଗ୍ରାମରେ  ଥିବା ଚେଷ୍ଟା ନିଶା ନିବାରଣ କେନ୍ଦ୍ର ରେ ଜଣେ ଯୁବକକୁ ବାଡେଇ ବାଡେଇ ଜୀବନରୁ ମାରିଥିବା ଅଭିଯୋଗରେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଗତସିଂହପୁର ଏସ୍ଡିପିଓ ପ୍ରିୟରଞ୍ଜନ ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏସ୍ଡିପିଓ ଙ୍କ ସୂଚନା ଅନୁସାରେ  ଜଗତସିଂହପୁର ଥାନା ଅଧିନସ୍ଥ ଚାଟ୍ରା ଗଣ୍ଡିତୋ ଗ୍ରାମର ଏସ କେ ସେର ଅଲ୍ଲି ଙ୍କ ପୁଅ ଏସକେ ଜବାର ଅଲିକୁ ନିଶା ଛାଡ଼ିବା ପାଈଁ ଚେଷ୍ଟା ନିଶା ମୁକ୍ତି କେନ୍ଦ୍ରରେ ମାସକୁ ଚଉଦ ହଜାର ଟଙ୍କା ଦେଇ ଭର୍ତ୍ତି କରିଥିଲେ।କିନ୍ତୁ ଉକ୍ତ ଚେଷ୍ଟା ନିଶା ମୁକ୍ତି କେନ୍ଦ୍ର ରେ ଅନୁଷ୍ଠାନ ର ମାଲିକ ଓ ତାଙ୍କ ସହ ଯୋଗୀ ତାଙ୍କ ପୁଅ ଏସକେ ଜବାର ଅଲ୍ଲୀ କୁ ବାଡେଇ ବାଡେଇ ଜୀବନରୁ ମାରିଦେଇଥିବା ନେଇ ଏସକେ ସେର ଅଲ୍ଲୀ  ଗତ 2ତାରିଖରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।ଜଗତସିଂହପୁର ପୋଲିସ  ପିଏସ କେଶ ନମ୍ବର 220/2021 ଦଫା302ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ଚେଷ୍ଟା ନିଶାମୁକ୍ତି ର ମାଲିକ ରାଜକିଶୋର ଦାସ ଓ ତାର ସହ ଯୋଗୀ ସେହିଦିନ ହିଁ ସେହିଠାରୁ ଫେରାର ହୋଇଯାଇଥିଲା।ତେବେ ଜଗତସିଂହପୁର ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଏସ୍ଡିପିଓ ପ୍ରିୟରଞ୍ଜନ ସତପଥୀଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ବାହାର ଜିଲ୍ଲା ରେ ଚଢ଼ାଉ କରାଯାଇ ଗତକାଲି ସଦର ଥାନା ର ସବ ଇନ୍ସପେକ୍ଟର ରବିନାରାୟଣ ବେହେରା ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।ତେବେ ଏହି ଦୁଇ ଜଣ ହେଲେ ଚେଷ୍ଟା ନିଶା ମୁକ୍ତି କେନ୍ଦ୍ରର ମାଲିକ ବିରିଡି ଥାନା ଅଧିନସ୍ଥ ବାଗଲପୁର ଗ୍ରାମର ସୁବାଷ କିଶୋର ଦାସଙ୍କ ପୁଅ ରାଜକିଶୋର ଦାସ ଓରଫ ରାଜା,ଅନ୍ୟ ଜଣେ ହେଲା ବାଲିକୁଦା ଥାନା ଅଧିନସ୍ଥ ଗୋଡିଦା ଗ୍ରାମର ଅନଙ୍ଗ ସ୍ବାଇଁ ଙ୍କ ପୁଅ ଉମାକାନ୍ତ ସ୍ବାଇଁ ଓରଫ ଚିକୁ କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ପ୍ରଦାନ କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here