ଗଳା ଦରଜ ହେଉଛି କି? କାଢା ପିଇଲେ ମୁକ୍ତି ମିଳିପାରିବ ଏଥିରୁ

ଦେଶରେ କରୋନା ମହାମାରୀ ଏବେ ଚିନ୍ତା ର କାରଣ। ଦିନକୁ ଦିନ ଏହି ମାହାମାରିର ଭିନ୍ନ ଭିନ୍ନ ଲକ୍ଷଣ ମାନ ବି ଦେଖାଦେଉଛି । ଏମଧ୍ୟରୁ ଗୋଟିଏ ହେଉଛି ଗଳା ବଥା ହେବା । ଏହା ଏକ ସାଧାରଣ ଲକ୍ଷଣ ହୋଇଥିଲେ ମଧ୍ୟ ଏବେ ସମୟରେ କିନ୍ତୁ ଏହାକୁ ନେଇ ଲୋକେ ଡରି ଯାଉଛନ୍ତି । ଆଉ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗଳା ଦରଜ ହେବା କୋଭିଡ୍ ୧୯ ର ଏକ ପ୍ରମୁଖ ଲକ୍ଷଣ । ଏମିତିରେ ଏହି ଲକ୍ଷଣର ଯଦି ବେଳ ଥାଉ ଥାଉ ଚିକିତ୍ସା ନ କରାଯାଏ ତେବେ ରୋଗ ବଢି ମାରାତ୍ମକ ରୂପ ନେବାର ମଧ୍ୟ ଆଶଙ୍କା ରହିଛି । କିନ୍ତୁ ଜାଣନ୍ତିକି ଏହାର ମଧ୍ୟ ଏକ ସହଜ ଆଉ ସରଳ ଉପାୟ ରହିଛି । କାଢା ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

କାଢ଼ା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଗୋଲମରିଚ ଗୁଣ୍ଡ -ଅଧା ଚାମଚ
ଛୋଟ ଗୁଜୁରାତି- ୨ରୁ ୩ଟି
ଜିରା- ଗୋଟେ ଚାମଚ
ପାନମଧୁରୀ- ଗୋଟେ ଚାମଚ
ଜୁଆଣି- ଗୋଟେ ଚାମଚ
ଡାଲଚିନି ପାଉଡର – ଗୋଟେ ଚାମଚ
ଲୁଣ – (ଦରକାର ଅନୁସାରେ)
ମୁହୁ – ଗୋଟେ ଚାମଚ
ଲେମ୍ବୁ- (ସ୍ୱାଦ ଅନୁସାରେ)

କେମିତି କରିବେ ପ୍ରସ୍ତୁତ:

ଗୋଟେ ପ୍ୟାନରେ ୨ ଗ୍ଲାସ ପାଣି ନିଅନ୍ତୁ । ଏହି ପାଣିରେ ଗୋଲମରିଚ, ପାନମଧୁରୀ, ଡାଲଚିନି ପାଉଡର, ଜିରା ଦିଅନ୍ତୁ । ଏହି ପାଣିକୁ ୧୫
ରୁ ୨୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ସେଥିରେ ଏକ ଛୋଟ ଗୁଜୁରାତି ଦେଇ ଗ୍ୟାସ ବନ୍ଦ କରିଦିଅନ୍ତୁ | ଏକ ଛଣାରେ ଛାଣି ଦିଅନ୍ତୁ । ଆଉ ଠିକ ଚାହା ଭଳି ଶୋଷି ଶୋଷି ପିଅନ୍ତୁ । ଅଧିକ ସ୍ୱାଦ ପାଇଁ ଆପଣ ମହୁ କିମ୍ବା ଲେମ୍ବୁ ରସ ଦେଇପାରିବେ ।ଲୁଣ ବି ଦରକାର ମୁତାବିକ୍ ପକେଇ ପାରିବେ ।

କହିରଖୁଛୁକି ଗୋଲମାରିଚରେ ମିନେରାଲ୍ସ, ଭିଟମିନସ, ପ୍ରୋଟିନସ, ଫାଇବର୍ସ ଓ କାର୍ବୋହାଇଡ୍ରେଟ୍ସ ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ଅଛି । ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ ଅନୁଯାୟୀ ଗଳା ଅସୁବିଧା ସମୟରେ ଏହି ପାନୀୟ ପିଇଲେ ଲାଭ ମିଳିଥାଏ ।

Report made by Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here