କାକଟପୁରରେ କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ଗିରଫ ଅଭିଯୁକ୍ତ ନକଲି ଡାକ୍ତର ପ୍ରକାଶ ଦାଶ କୋଭିଡ ପଜେଟିଭ୍ ।

କୋଣାର୍କ: କାକଟପୁରରେ କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ଗିରଫ ନକଲି ଡାକ୍ତରଙ୍କର ଅଭିଯୁକ୍ତ ପ୍ରକାଶ ଦାଶ ଙ୍କ କୋଭିଡ ପଜେଟିଭ୍ । ନିଜ ଘରେ ଏକ କ୍ଲିନିକ୍ ଖୋଲି ବେଆଇନ ଭାବେ କୋଭିଡ୍ ଟେଷ୍ଟ୍ କରି ସାଧାରଣ ଲୋକଙ୍କୁ ଠକୁଥୁଲେ  ମୋଟା ଅଙ୍କର ଟଙ୍କା । ଏପରିକି କୋଭିଡ୍ ପରିକ୍ଷା କରିବା ପରେ ଆକ୍ରାନ୍ତଙ୍କ ଇଛା ଅନୁସାରେ ରିପୋର୍ଟ ପ୍ରଦାନ କରୁଥୁଲେ ।ଯାହାକୁ ନେଇ କାକଟପୁର ମେଡିକାଲର ମୁଖ୍ୟ ଚିକିତ୍ସା ଅଧିକରୀ ଆଶିଷ ମହାପାତ୍ର ଏନେଇ କାକଟପୁର ଥାନାରେ ଅଭିଯୋଗ ପରେ ଆକ୍ସନ କୁ ଆସିଛି ସ୍ଥାନୀୟ ପ୍ରଶାସନ ।

କାକଟପୁର ତହଦିଲଦାର ବିରଞ୍ଚି ବେହେରା ,ଥାନା ଅଧିକାରୀ ସୁଶାନ୍ତ ସାହୁ ଉକ୍ତ କ୍ଲିନିକ୍ ଉପରେ ଚଢାଉ କରି ବିପୁଳ ପରିମାଣର କୋଭିଡ୍ ପରିକ୍ଷା ପାଇଁ ଉଧିଷ୍ଟ ଆଣ୍ଟିଜେନ୍ କିଟ୍ କୁ ଜବତ କରିବା ସହ ଲାବ କୁ ସିଲ କରିଛନ୍ତି ।ପୁରୀ ଏସପି କେ.ବିଶାଲ ସିଂଙ୍କ ନେତୃତ୍ବରେ ଅତିରିକ୍ତ  ଏ.ସପି ପୂର୍ଣଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରି ୪୧ ସିଆର ପିସିରେ ନୋଟିସ ଜାରି କରିବା ପରେ ହୋମ ଆଇସୋଲେସନରେ ରହିବା କୁ ପରାମର୍ଶ ଦେଇଛନ୍ତି । 417,419,420,468,469,471ipc ,51 disaster management ,ବେଆଇନ କ୍ଲିନିକ୍ କରିବା ଅଭିଯୋଗରେ ୨୫ india medical counsil act ,clinical establishment act 4 ର ଖୋଲା  ଉଲଙ୍ଘନ କରିଥିବା ନେଇ ମାମଲ ରୁଜ୍ଜୁ ହୋଇଛି ।ଦେଶରେ କୋରନା ମହାମରୀ ଭୟଙ୍କର ରୂପନେଇଥିବାବେଳେ ଅଭିଯୁକ୍ତ ପ୍ରକାଶ ଦାଶ କୋରନା ସଂକ୍ରମଣ କୁ ବଢାଇବା ସହ ନିଜେ କୋରନା ପଜେଟିଭ୍ ହେବା ପରେ ପ୍ରକାଶଙ୍କ ପାଖରେ ଚିକିତ୍ସା ହୋଇଥିବା ରୋଗୀ ମାନେ ଆତଙ୍କିତ ଅଛନ୍ତି । ପ୍ରକାଶ ଜଣେ ନକଲି ଡାକ୍ତର ହୋଇଥିବା ବେଳେ ହାଡ ଭଙ୍ଗା ସହ ବିଭିନ୍ନ ବହିଃ ବିଭାଗର ଚିକିତ୍ସା ,ପ୍ରେସକ୍ୟୁସନ ସହ ମେଡିସିନ ଆଡଭାଇସ କରୁଥିଲେ । କାକଟପୁର ଫୁରୁସିପଡାର ବିସ୍ମୟ ବିଶ୍ବାଳଙ୍କର ଟାଇଫଏଡ୍ ଜ୍ବର ରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ କୋରନା ପରିକ୍ଷା କରିଥିଲେ ।କୋରନା ପରିକ୍ଷାରେ ପଜେଟିଭ୍ ନଥାଇ ତାକୁ ପଜେଟିଭ୍ ରିପୋର୍ଟ ଦେଇଥିଲେ ।ଯାହାକୁ ପ୍ରଶାସନ ଆକ୍ସନ ମୋର୍ଡ କୁ ଆସିଥିଲା । ପ୍ରକାଶଙ୍କ ୩ଟି କ୍ଲିନିକ୍ ସିଲ କରିଛି ପୁରୀ ଜିଲ୍ଲା ପ୍ରଶାସନ।ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲିଛି ଏ କ୍ଲିନିକ୍ ।ଏହା ସହ ଗତ ବର୍ଷ ମଧ୍ୟ ଏହି ବ୍ୟକ୍ତି କୋଭିଡ୍ ଆଣ୍ଟିଜେନ୍ ଟେଷ୍ଟ କରି ମାଲେ ମାଲ ହୋଇଥିଲେ ।ଏ ବ୍ୟକ୍ତି ଜଣକ ମାତ୍ର ମାଟ୍ରିକ୍ ପାଶ କରିଛନନ୍ତି ।କୌଣସି ଯୋଗ୍ୟତା ନଥାଇ ୩ଟିନକ୍ଲିନିକ୍ ଚଳାଇଛନ୍ତି ।କଲିକତା ରୁ ଏକ ଫରଜୋରି ସାଟିଫିକେଟ୍ ଜେରକ୍ସ କପି ତାଙ୍କ ପାଖରେ  ଅଛି ।ଏସ.ସି.ବି ମେଡିକାଲର ଜଣେ ଡାକ୍ତର ଙ୍କ ନାମରେ ଫଲ୍ସ ପ୍ୟାଡ ବନାଇ ହାଡ ଭଙ୍ଗା ପ୍ରେସକ୍ୟୁସନ ଦେବା ସହ ବହୁ ପରିମାଣରେ ଲୁଟ୍ କରନ୍ତି ।ମେଡିସିନ୍ କାଉଣ୍ଟର ଖୋଲିଛନ୍ତି କିଛି ପ୍ରମାଣ ନାହିଁ ।କ୍ଲିନିକାଲ ଏଷ୍ଟାବ୍ଲିସ ଆକ୍ଟ ଅନୁସରେ କୌଣସି ଗାଇଡ ଲାଇନ କି ପ୍ରମାଣ ପତ୍ର ନଥାଇ କିଛି ପ୍ରବଶାଳୀ ଲୋକ ଙ୍କୁ ପୋଶା ବନାଇ କଳାକାରନାମା ଚଳାଇଥିବା ବେଶ ଚର୍ଚା ଜୋର ଧରିଛି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here