କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ଟୀକାକରଣ :

କେନ୍ଦ୍ରାପଡ଼ା, ୦୭/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଠାରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୩ଦିନ ଧରି ଚାଲିଥିବା ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ୧୫୦ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟୀକା ପ୍ରଦାନ କରାଯାଇଛି । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ଜିଲ୍ଲାର ୧୮୧ଜଣ ସାମ୍ବାଦିକଙ୍କ ମଧ୍ୟରୁ ତିନିଦିନରେ ୬୭ଜଣ ଟୀକା ନେଇଥିବା ବେଳେ ଅଣ ପଞ୍ଜିକୃତ ୮୩ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟୀକା ଦିଆଯାଇଛି । ଯେଉଁ ପଞ୍ଜିକୃତ କିମ୍ବା ଅଣ ପଞ୍ଜିକୃତ ଗଣମାଧ୍ୟମର ପ୍ରତିନିଧିମାନେ ଟୀକା ନେଇନାହାନ୍ତି ସେମାନେ ସେମାନଙ୍କ ବ୍ଲକ କିମ୍ବା ପୌରାଂଚଳର କୋଭିଡ ସ୍ୱାସ୍ଥ୍ୟ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରି ଟୀକା ନେବେ । ଯେଉଁମାନେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ,ସେମାନେ ପ୍ରେସ ପରିଚୟପତ୍ର, ଆଧାରକାର୍ଡ ଓ ସ୍ୱାସ୍ଥ୍ୟବୀମା କାର୍ଡ ଏବଂ ଅଣପଞ୍ଜିକୃତ ସାମ୍ବାଦିକମାନେ ପ୍ରେସ ପରିଚୟପତ୍ର, ଆଧାରକାର୍ଡ ପ୍ରଦର୍ଶନ କରି ଟୀକା ନେଇପାରିବେ । ତିନିଦିନ ଧରି ଚାଲିଥିବା ଏହି ସ୍ୱତନ୍ତ୍ର ଟୀକାକରଣ କେନ୍ଦକୁ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜିଲ୍ଲା କୋଭିଡର ନୋଡାଲ ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here