କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ରେ ଅଜଣା ମହିଳା ଶବ ମିଳିବା ଘଟଣା, ଘଟଣା ସ୍ଥଳରେ ପୋଲିସ ଅଧିକାରୀ ଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି କଲେ ତଦନ୍ତ:

କୋଣାର୍କ: ଚନ୍ଦ୍ରଭାଗା ମେରାଇନ ଥାନା ଠାରୁ 100 ମିଟର ଦୂରରେ ସମୁଦ୍ର କୂଳରେ ଏକ ଅଜଣା ମହିଳା ର ଶବ ଉଲଗ୍ନ ଅବସ୍ଥା ରେ ଭାସୁଥିବା ରେ ଖବର ପ୍ରସାରଣ ପରେ ଘଟଣା ସ୍ଥଳରେ ପହଁଚିଲେ ପୁରୀ ଆଡିସନାଲ ଏସ୍ପି, ଦୁଇ dsp ଏବଂ ସାଇଣ୍ଟିଫିକ ଟିମ. ଆଜି ସକାଳୁ ସମୁଦ୍ର ବେଳାଭୂମି ରେ ଏକ ଅଜଣା ଶବ ପଡ଼ିଥିବା life guard କର୍ମଚାରୀ ଦେଖିଥିଲେ.ଘଟଣା ସ୍ଥଳରେ ପରେ ପୋଲିସ ବିଭାଗ ର ଅଧିକାରୀ ମାନେ ଆସି ପହଞ୍ଚି ଶବ କୁ ଜବତ କରିବା ସହ ସାଇଣ୍ଟିଫିକ ଟିମ କୁ ଡ଼କାଇଥିଲେ. ସାଇଣ୍ଟିଫିକ ଟିମ ପହଞ୍ଚି ଶବ କୁ ଟିକନିକ ଯାଞ୍ଚ କରିବା ପରେ ମହିଳା ଶବ ଟି ପୂର୍ବରୁ ବିବାହିତ ଏବଂ ତାର ଛାତି ପାଖରେ କ୍ଷତ ଚିହ୍ନ ଥିବା ଜଣାପଡିଛି. ଅଧିକ ଯାଞ୍ଚ କରିବା ପାଇଁ ଶବ କୁ ବ୍ୟବଛେଦ ପାଇଁ ପଠାଯିବା ସହ ରିପୋର୍ଟ ଆସିଲେ ମୃତ୍ୟୁ ସମ୍ବଦ୍ଧିୟ ସମସ୍ତ ଘଟଣା ସାମ୍ନା କୁ ଆସିପାରିବ ବୋଲି ପୁରୀ ଜିଲ୍ଲା ଆଡିସନାଲ ଏସପି ପୁର୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି. ପୋଲିସ ପକ୍ଷରୁ ଏକ  3 ନମ୍ବର ୟୁଡ଼ି କେଶ ୠଜୁ କରାଯାଇଛି.

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here