କେନ୍ଦ୍ରାପଡାର ଶ୍ରୀବଳଦେବଜୀଙ୍କ ମନ୍ଦିରର ସେବାୟତ ମାନଙ୍କ ବ୍ୟତିତ ଭକ୍ତ ମାନଙ୍କ ପ୍ରବେଶ ପାଇଁ ବନ୍ଦ୍ କଟକଣା ଲାଗୁ ।

କେନ୍ଦ୍ରାପଡା: ସ୍ୱତନ୍ତ୍ର ରିଲିଫ୍ କମିସନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓଡିଶାଙ୍କ ୦୧/୦୫/୨୦୨୧ ରିଖରେ ପ୍ରକାଶ ପାଇଥିବା ୨୩୨୮ ସଂଖ୍ୟକ ଆଦେଶ ଅନୁଯାୟୀ ୦୫/୦୫/୨୦୨୧ ରିଖଠାରୁ ୧୯/୦୫/୨୦୨୧ ରିଖ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲାବନ୍ଦ୍ ଘୋଷଣା କରା ଯାଇଥିବାରୁ ଶ୍ରୀବଳଦେବଜୀଉ ମନ୍ଦିରକୁ  ପ୍ରଭୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ସର୍ବସାଧାରଣ ମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ଶ୍ରୀଜୀଉଙ୍କ ଦୈନିକ ନୀତିକାନ୍ତି କରିବା ନିମନ୍ତେ ନିୟୋଜିତ ସେବକମାନେ ଏବଂ ମନ୍ଦିର କର୍ମଚାରୀ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଆଦେଶ ରହିଛି ବୋଲି ମନ୍ଦିର ଏଣ୍ଡାମେଣ୍ଟ କମିଟିର ସଭାପତି ତଥା ଉପଜିଲ୍ଲାପାଳ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶ୍ରୀଯୁକ୍ତ ନୀରଞନ ସାହୁ ଏକ ଚିଠି ଜରିଆରେ ଉଲ୍ଲେଖ କରିଥିବା ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଦାୟିତ୍ବରେ ଥିବା ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here