ପୁରୀକୁ ନିରବଚ୍ଛିନ୍ନ ପାଣି ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀଙ୍କ ସହ ଆଲୋଚନା

ପୁରୀ- ତା.୦୫.୦୫.୨୦୨୧ – ପୁରୀକୁ ନିରବଚ୍ଛିନ୍ନ ପାଣି ଯୋଗାଇ ଦେବାରେ ସହଯୋଗ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ସହ ସିରୋଇକୋଣା ଓ ଉତ୍ତରକୋଣା ଗ୍ରାମର ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି । ଧାଉଡିଆ ନଦୀର ରିଜରଭଏର ୧ ଓ ୨ ରୁ ପ୍ରତିବନ୍ଧକ ହଟେଇବା ସହ ପୁରୀକୁ ଜଳ ଯୋଗାଣରେ ସହଯୋଗ କରିବା ନିମନ୍ତେ  ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମବାସୀଙ୍କ ଦାବି ପ୍ରତି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here