୫ ଟି ନଳକୂପ ଖନନ ପାଇଁ ଶୁଭ ଦେଲେ ବିଧାୟକ I ଡାବୁଗାଁ

ଡାବୁଗାଁ, ୫/୫ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ୫ ଟି ସ୍ଥାନରେ ନଳକୂପ ଖନନ ପାଇଁ ବୁଧବାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଶୁଭ ଦେଇଛନ୍ତି | ଏଥିରେ ଡାବୁଗାଁ ପଞ୍ଚାୟତ ର ଡାବୁଗାଁ ଶ୍ରୀଶ୍ରୀ ଭୈରବ ମନ୍ଦିର, ଡ଼ଙ୍ଗରିଗୁଡା ପଞ୍ଚାୟତର ଡ଼ଙ୍ଗରିଗୁଡା ଶିବ ମନ୍ଦିର, ଜୟନ୍ତୀ ନଗର ଗ୍ରାମର କନ୍ଧସାହି ଓ  ହାଟପଦା  ଏବଂ ଜବାଗୁଡା ପଞ୍ଚାୟତର ମେଟସାହି ଠାରେ ନଳକୂପ ଖନନ ପାଇଁ ଶୁଭ ଦିଆଯାଇଛି | ଏହି ୫ଟି ନଳକୂପ ରାଜ୍ୟ ଅର୍ଥ କମିଶନ ପାଣ୍ଠି ରୁ ବ୍ୟୟ କରାଯାଇ ଖନନ କରାଯାଉଛି | ଉକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ରାଜ୍ୟ ସଭା ସାଂସଦଙ୍କ ଡାବୁଗାଁ ବ୍ଲକ ପ୍ରତିନିଧି ରାମାରାଓ ଚୌଧୁରୀ ଓ ନବରଙ୍ଗପୁର ପ୍ରତିନିଧି ତ୍ରିନାଥ ଭଟ୍ଟ, ନବରଙ୍ଗପୁର ଲୋକସଭା ସାଂସଦ ଙ୍କ ଡାବୁଗାଁ ବ୍ଲକ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବ୍ଲକ କଂଗ୍ରେସ ସଭାପତି ଜି॰ ସାଇରାଜୁ, କୈଳାସ ଚନ୍ଦ୍ର ବିଶୋଇ, ଜଗନ୍ନାଥ ରେଲି, ଭଗବାନ ପାତ୍ର, ଜି॰ ରାଜଶେଖର ରାଓ ଓ ରାମେଶ୍ଵର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here