ମୃତକଙ୍କ ପରିବାରକୁ ବିଜେଡି ର ସହାୟତା : ବୁଗୁଡା

ବୁଗୁଡ଼ା ୦୫/୦୫: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମପଞ୍ଚାୟତର କୁଶପଲ୍ଲୀ ଗ୍ରାମର ତ୍ରିନାଥ ମୁଳି (୬୨) ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ବେଳେ ଏପ୍ରିଲ ୫ ତାରିଖ ଦିନ ଗୋଲିଆ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ସହଯୋଗର ହାତ ବଢାଯାଇଛି। ଗୋଲିଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଉପସଭାପତି ବାପୁଜୀ ବିଷୋୟୀ ଓ ଅନ୍ୟ ବିଜେଡି କର୍ମୀମାନଙ୍କ ସହ ମୃତକଙ୍କ ଘରକୁ ଯାଇ  ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସ୍ଥାନୀୟ ବିଜେଡି କର୍ମକର୍ତ୍ତାଙ୍କ ଏହି ପ୍ରକାର ପଦକ୍ଷେପକୁ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

(ଡ଼ଃ.କୁମୁଦ ଚନ୍ଦ୍ର ବେହେରା)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here