ଉପଜିଲ୍ଲାପାଳଙ୍କ କୋଭିଡି କେୟାର ସେଣ୍ଟର ପରିଦର୍ଶନ ।

ପୋଲସରା ୩୦/୦୪ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) କରୋନା ଦ୍ଵିତୀୟ ଲହର  ସଂକ୍ରମଣକୁ ନେଇ ଦେଶରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଆସ୍ତେ ଆସ୍ତେ ବୃଦ୍ଧି ହେବାରେ ଲାଗିଛି। ଗତ ବର୍ଷ ପ୍ରବାସୀ ଓଡ଼ିଆ ଭାଇମାନେ ନିଜ ଜିଲ୍ଲା ଗଞ୍ଜାମକୁ ଫେରିବା ପରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିଲା। ବର୍ତ୍ତମାନ କରନା ଦ୍ଵିତୀୟ ଲହର ଯୋଗୁଁ ପ୍ରବାସୀ ମାନେ ନିଜ ଭିଟାମାଟି ଗଞ୍ଜାମକୁ ଫେରି ପାରନ୍ତି। ଭବିଷ୍ୟତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦଶ କ୍ରମେ ପୋଲସରା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ସହ ସଂକ୍ରମିତଙ୍କ ପାଇଁ  ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯୁଦ୍ଧ କାଳୀନ ଭିତ୍ତିରେ ପୋଲସରା ଏନଏସି ଅନ୍ତର୍ଗତ ଲୁଣିଘାଟି ସିଟି ଟ୍ରେନିଂ ସ୍କୁଲରେ  ଅସ୍ଥାୟୀ କୋଭିଡି କୋୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି । କୋଭିଡ଼ି କେୟାର ସେଣ୍ଟରକୁ ପରିଦର୍ଶନ କରିବା ପାଇଁ ଶୁକ୍ରବାର ଦିନ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ପୋଲସରାର ଅସ୍ଥାୟୀ କୋଭିଡି ସେଣ୍ଟରରେ ୧୦୦ ଶଯ୍ୟା ପ୍ରସ୍ତୁତ ହୋଇ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସହ ସଂକ୍ରମିତ ରୋଗୀଙ୍କ ଶ୍ବାସ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ୭୦ରୁ ଉର୍ଦ୍ଧ୍ବ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା କରାଯାଇଥିବା ଏବଂ  ଡାକ୍ତର ଓ ନର୍ସଙ୍କ ବ୍ୟବସ୍ଥା ହୋଇଥିବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ପୋଲସରାରେ  ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିଜର ହେଡ଼କ୍ବାଟର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂକ୍ରମଣ ସ୍ଥିତିକୁ ଦେଖି ପୋଲସରା ଲିଙ୍ଗରାଜ ଉଚ୍ଚ ବାଳିକା ବିଦ୍ୟାଳୟରେ କୋଭିଡି କେୟାର ଆଇସୋଲେସନ୍ ଓ୍ବାଡ଼ କରା ଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲସରା ପ୍ରଶାସନିକ ଅଧିକାରୀ ବୃନ୍ଦ ପ୍ରକାଶ କରିଥିଲେ। ବର୍ତ୍ତମାନ ପୋଲସରାରେ କୋଭିଡି ସଂକ୍ରମଣ ସ୍ଥିତି କିପରି ଅଛି ଉପଜିଲ୍ଲାପାଳ ଅନୁଧ୍ୟାନ କରିବା ସହ କୋଭିଡି ସଂକ୍ରମଣ ଚେନ୍ କୁ ଭାଙ୍ଗିବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ , ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର , ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା , ବିପିଏମ୍ ସୁଭେନ୍ଦୁ ଦାସ ସମେତ ବିଭାଗୀୟ  କର୍ମକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here