ଡକ୍ଟର ଶମ୍ଭୁନାଥ ରାଉତ ଙ୍କ କବିତା ପୁସ୍ତକ ସମ୍ପର୍କର ବାଲିରଜା ଓ ମର୍ତ୍ତ୍ୟପୁର ଲୋକାର୍ପଣ।

ଜଗତସିଂହପୁର ଜ଼ିଲ୍ଲା ତିର୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତ ଆଦିକବି ଶୁଦ୍ରମୁନି ସାରଳାଦାସ ମୁନି ଗୋସାଇଁ ମଠ   ଆଦିକବି ଭବନ ପରିସରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପ୍ରାରମ୍ଭରେ ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ, ଆଦିକବି ଭବନରେ ଶବ୍ଦ ନିୟନ୍ତ୍ରଣ କାର୍ଯ୍ୟର ଭିତ୍ତିକର୍ମ ପରେ ମା ଶାରଳା ଠାକୁରାଣୀ ଙ୍କ ଫୋଟୋ ରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ଙ୍କ ଦ୍ୱାରା ଜ଼ିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ଡକ୍ଟର ଶମ୍ଭୁନାଥ ରାଉତ ଙ୍କ କବିତା ପୁସ୍ତକ ସମ୍ପର୍କର ବାଲିରଜା ଓ ମର୍ତ୍ତ୍ୟପୁର ପୁସ୍ତକ ଟିକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରଫେସର ଗଦାଧର ମିଶ୍ର ସଭାପତିତ୍ୱ କରିଥିଲେ।ଏହି କାର୍ଯ୍ୟକ୍ରମ ରେ  ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ,ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତାରାଇ, ଓଡିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଭ୍ୟ ଅକ୍ଷୟ ରାଉତ, ତିର୍ତୋଲ ବିଡ଼ିଓ ଅଟଳବିହାରୀ ସ୍ୱାଇଁ,  ନବକାକଳି ର ସମ୍ପାଦକ ଡ଼ଃ.ସୁରେନ୍ଦ୍ର ନାଥ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ଉପସ୍ଥିତ ସାହିତ୍ୟିକ, କବି ମାନଙ୍କୁ ଉଦବୋଧନ ଦେଇଥିଲେ।  ଏହି ଅବସରରେ 30 ରୁ ଉର୍ଦ୍ଧ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here