ଶିଦ୍ଧ ବଳଦେବଜୀଉ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୨ହଜାର ମାକ୍ସ୍ ବଣ୍ଟନ ।

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୋ ଗ୍ରାମ ପଞ୍ଚାୟତର ଶିଦ୍ଧ ବଳଦେବଜୀଉ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଏସଡିପିଓ ଅଫିସ୍, ଟାଉନଥାନା ପର୍ଯ୍ୟନ୍ତ ଏବଂ ସବକଲେକ୍ଟରଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପୁରୁଣା ବସଷ୍ଟାଣ୍ଡ ଓ ସହରର ବହୁ ଗଳି,କନ୍ଦି ଓ ଛକ, ବଜାର ମାନଙ୍କରେ ବୁଲି ବୁଲି ରାସ୍ତାରେ ମାକ୍ସ ନପିନ୍ଧି ଯାତାୟତ କରୁଥିବା ପ୍ରାୟ ୨ହଜାରରୁ ଅଧିକ ପଥଚାରୀଙ୍କୁ ମାକ୍ସ୍ ବାଣ୍ଟିବା ସହିତ କରୋନା ସଚେତନତା ବର୍ତ୍ତା ବାଣ୍ଟିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ସ୍ୱୟଂ ସାହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ଦମୟନ୍ତି ପରିଡାଙ୍କ ନେତୃତ୍ୱରେ ସଦସ୍ୟା ସମ୍ପଦ ପରିଡା ଓ ଜୋତ୍ସ୍ନାମୟୀ ପରିଡା, ସୁକାନ୍ତି ପରିଡା ଏବଂ ଉର୍ମିଳା ସୂତାରଙ୍କ ସମେତ ଅନ୍ୟାନ୍ୟ ବହୁ ସଦସ୍ୟା ଯୋଗଦେଇ ଏହି ମାକ୍ସ୍ ବଣ୍ଟନ କାର୍ଯ୍ୟରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here