କମିଲା ଟିକା ଦାମ : କୋଭିସିଲଡ କମିଲା ୧୦୦ ଟଙ୍କା

ନୂଆଦିଲ୍ଲୀ : କୋଭିସିଲଡ଼ ଦାମ ୧୦୦ ଟଙ୍କା ହ୍ରାସ ପାଇଛି । କମ୍ପାନୀ ପକ୍ଷରୁ ରାଜ୍ୟ ପାଇଁ ପୂର୍ବରୁ ଡୋଜ ପିଛା ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏବେ ତାହା ୩ ଶହ ଟଙ୍କା କରାଯାଇଛି । ତେବେ ବେସରକାରୀ ହସପିଟାଲ ପାଇଁ ଏହି ଦର ୬ ଶହ ଟଙ୍କା ରହିବ ବୋଲି ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆର ସିଇଓ ଆଦାର ପୁନେରୱାଲା ପ୍ରକାଶ କରିଛନ୍ତି ।

କମ୍ପାନୀ କେନ୍ଦ୍ର ସରକାରଙ୍କୁ ଡୋଜ ପିଛା ଦେଢ଼ ଶହ ଟଙ୍କାରେ ଟିକା ପ୍ରଦାନ କରୁଥିବାବେଳେ ରାଜ୍ୟ ପାଇଁ ଅଧିକ ଦର ଧାର୍ଯ୍ୟ କରାଯିବାକୁ ନେଇ ପ୍ରଶ୍ନ ଉଠିଥିଲା । ନିକଟରେ କେନ୍ଦ୍ର ସରକାର ମଧ୍ୟ ଟିକା ଦର ହ୍ରାସ କରିବାକୁ କମ୍ପାନୀଗୁଡ଼ିକୁ ନିଦେ୍ର୍ଧଶ ଦେଇଥିଲେ ।

ସୂଚନାଯୋଗ୍ୟଯେ, ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଆସୁଛନ୍ତି । ଅପରପକ୍ଷରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଅନେକ ରାଜ୍ୟ ସରକାର ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି । ଓଡ଼ିଶାରେ ୨ କୋଟି ଲୋକଙ୍କର ଟିକାକରଣ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here