ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଶକ୍ତିହୀନ କରୁଛି କୋଭାକ୍ସିନ୍‌ ଟିକା I

ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ଭାରତ ବାୟୋଟେକ୍ ଦ୍ବାରା ଉତ୍ପାଦିତ କୋଭିଡ୍ ଟିକା କୋଭାକ୍ସିନ୍‌ B.1.617 ପ୍ରକାର କିମ୍ବା ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଶକ୍ତିହୀନ କରୁଥିବା ଜଣାପଡ଼ିଛି। ଏ ନେଇ ହ୍ବାଇଟ୍‌ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନୀ ଫାଉସି ମଙ୍ଗଳବାର କହିଛନ୍ତି।

ସଦ୍ୟତମ ତଥ୍ୟ ଅନୁଯାୟୀ କରୋନା ମାମଲା ଏବଂ ଭାରତରେ ବ୍ୟବହୃତ ଟିକା କୋଭାକ୍ସିନ ଗ୍ରହଣ କରିଥିବା ଲୋକଙ୍କଠାରେ ଏହି ଭୂତାଣୁ (ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ଶକ୍ତିହୀନ ହୋଇଥିବା ଦେଖିବାକୁ ମିଳିଥିଲା।

“ଟିକାକରଣ ଏହା ବିରୁଦ୍ଧରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିକାର ହୋଇପାରେ ବୋଲି ଡ ଫାଉସି କହିଛନ୍ତି।ଟିକାକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।”

ଆଇସିଏମଆର ଅନୁଯାୟୀ କୋଭାକ୍ସିନ୍‌ ଟିକାକରଣର ୭୮ ପ୍ରତିଶତ ପ୍ରଭାବ ରହିଛି। କୋଭାକ୍ସିନ୍ କରୋନାଭାଇରସ୍ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିବାରେ କାର୍ଯ୍ୟ କରେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here