କରୋନା ଆକ୍ରାନ୍ତଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଭିନେତା ଅଜୟ ଦେବଗନ୍ I

ମୁମ୍ବାଇ: ଅଭିନେତା ଅଜୟ ଦେବଗନ୍ ବିଏମସି ସହ ମିଳିତ ଭାବେ ସହଯୋଗ କରି କରୋନାରେ ଆକ୍ରାନ୍ତ ଲୋକଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସୁବିଧା ଯୋଗାଉଛନ୍ତି।

ଅଜୟ ଦେବଗନ୍ ବିଏମସିକୁ ମୁମ୍ବାଇର ଶିବାଜୀ ପାର୍କରେ ଏକ ଜରୁରୀକାଳୀନ ଚିକିତ୍ସା ୟୁନିଟ୍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଛନ୍ତି। ସୂଚନା ଅନୁଯାୟୀ, ବିଏମସି ଶିବାଜୀ ପାର୍କରେ ଥିବା ଭରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ ହଲକୁ କରୋନା ରୋଗୀଙ୍କ ପାଇଁ ଭେଣ୍ଟିଲେଟର, ଅମ୍ଳଜାନ ସହାୟତା ଏବଂ ପାରା ମନିଟର ସହିତ ୨୦ ଶଯ୍ୟା ବିଶିଷ୍ଟ ସୁବିଧା ଯୋଗାଇଦେଉଛନ୍ତି। ତାଙ୍କର ସୋସିଆଲ ସର୍ଭିସ ୱିଙ୍ଗ୍ ଏନୱାଇ ଫାଉଣ୍ଡେସନ ମାଧ୍ୟମରେ ଦେବଗନ୍ ଏଥିପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here