ଖବର ସଂକ୍ଷେପ ରେ…… ତାରିଖ ୨୮/୦୪/୨୧, ବୁଧବାର (NEWS IN BULLETS)

୧-କରୋନା ମୁକାବିଲା ପାଇଁ ତୃଣମୂଳ ସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୨-ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନୀତ ହୋଇଥିଲେ ମନୋଜ ଦାସ ।

୩-ଭୁବନେଶ୍ୱର: ଜନଜାତି ସଂଗ୍ରହାଳୟ,ପ୍ଲାନେଟାରିୟମ ବନ୍ଦ। ଭର୍ଚୁଆଲ ମୋଡ଼ରେ ହେବ ପରିଦର୍ଶନ।

୪-ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବ, ଟିକା ଆସିବାରେ ହୋଇପାରେ ବିଳମ୍ବ : ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ।

୫-ଭୁବନେଶ୍ୱର: ରାଜଧାନୀରେ ୩୦୦୦ ଅକ୍ସିଜେନ ବେଡ଼,୧୫୦୦ ବେଡ଼ରେ ଅଛନ୍ତି ରୋଗୀ।

୬-ସମ୍ବଲପୁର ଜିଲା ମାନେଶ୍ବର ବ୍ଲକ:ପୁଲିସ ପାହାରରେ ଚଳନ୍ତା ବାଇକ୍‌ରୁ ପଡ଼ି ମାମୁଁ ମୃତ, ଭଣଜା ଆହତ।

୭-ସଂକ୍ରମଣ ବୃଦ୍ଧିକୁ ଦେଖି ପୁରୀ ପ୍ରଶାସନର ବଡ଼ ନିଷ୍ପତ୍ତି : ମେ ୧୫ ଯାଏ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ।

୮-ଅସହ୍ୟ ତାତିରୁ ମିଳିବ ନିସ୍ତାର, ଆଜି ଓ ଆସନ୍ତାକାଲି ରାଜ୍ୟରେ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା

୯-ରାଜଧାନୀରେ ଅକ୍ସିମିଟରର ଅଭାବ । ଦୋକାନୀ କହିଲେ, ୨-୩ ଟି ବଦଳରେ ବିକ୍ରିହେଉଛି ୨ ଶହ ଅକ୍ସିମିଟର । ସେପଟେ ରେମଡେଜିଭିର ଔଷଧର ବି ଅଭାବ

୧୦-କରୋନା ମୁକାବିଲା ପାଇଁ ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ ଅଧିକାରୀ । ୫ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କଲେ ରାଜ୍ୟ ସରକାର।

୧୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି।‌

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here