ଖବର ସଂକ୍ଷେପ ରେ…… ତାରିଖ ୨୭/୦୪/୨୧, ମଙ୍ଗଳବାର (NEWS IN BULLETS)

୧-ଆଜିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍‌ ଜାରି କଲା ଶିକ୍ଷା ବିଭାଗ।୩୧ ମେ’ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା।

୨-ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରି ଉପରେ ୧୭ଟି ସହରର ତାପମାତ୍ରା।

୩-ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍‌ସିଏଲ୍‌ର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର।

୪-ଭୁବନେଶ୍ୱରରେ କୋଭିଡ ମୁକାବିଲା ପାଇଁ ବିଏମସି ତୟାର, କମିସନର କହିଲେ ଆଇସିୟୁ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ରହିଛି।

୫-ଭୁବନେଶ୍ୱର: ପହିଲାରୁ ଯୁବବର୍ଗଙ୍କୁ ଟୀକା,୨୮ରୁ ପଞ୍ଜିକରଣ ଆରମ୍ଭ।

୬-ବାରାଣସୀ:ଚଳଚ୍ଚିତ୍ର ତାମସ୍ ପାଇଁ କିଟ୍ ଛାତ୍ର ରାଜକିଶୋର ମହାପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର।

୭-ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା, ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ଅନୁରୋଧ।

୮-ସୁପ୍ରିମକୋର୍ଟରେ ହେବ ୬୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସେଣ୍ଟର, ୭ ମେ’ରୁ ୨୮ ଜୁନ୍‌ ଯାଏ ଖରା ଛୁଟି।

୯-ଏଣିକି କେହି ଦୋକାନୀ କିମ୍ବା ବ୍ୟବସାୟୀ ଲେଖି ପାରିବେ ନାହିଁ No Exchange ଓ No Refund।କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଗ୍ରାହକ ଯେବେ ଚାହିଁବେ କିଣିଥିବା ଜିନିଷ ଫେରାଇ ପାରିବେ।

୧୦-ନୁଆ ଦିଲ୍ଲୀ:ବେକାବୁ କରୋନା। ସପ୍ତାହରେ ୨୨ଲକ୍ଷ ସଂକ୍ରମିତ,ଘରେ ମାସ୍କ ପିନ୍ଧିବାକୁ ପରାମର୍ଶ।

୧୧-ନୂଆଦିଲ୍ଲୀ : ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦ୍ବିତୀୟ ଥର ଲାଗି ରାଜ୍ୟସଭା ଆବେଦନ ସମିତି (ପିଟିସନ କମିଟି) ଅଧ୍ୟକ୍ଷ ଭାବେ ମନୋନୀତ।

୧୨-ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍।

? ଆଜି ଚୈତ୍ର ପୂର୍ଣ୍ଣିମା, ବୈଶାଖ ବ୍ରତ ଆରମ୍ଭ, ତାରାତାରିଣୀ ଯାତ୍ରା ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here