ଆଜାଦୀ କା ଅମୃତ ମହୋତ୍ସବ I ଭାରତୀୟ ଦୂତାବାସ, ବାହରିନ ପକ୍ଷରୁ ପ୍ରସ୍ତାବ ବୈଠକ I ଓଡ଼ିଆ ସମାଜର ପ୍ରତିନିଧିତ୍ୱ କଲେ ଡ. ଅରୁଣ କୁମାର ପ୍ରହରାଜ I

ବାହରିନ / ଭୁବନେଶ୍ୱର, ୨୨.୪ : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ‘ଆଜାଦୀ କା ଅମୃତ ମହୋତ୍ସବ’ର ଆନୁଷ୍ଠାନିକ ପାଳନ ନିମନ୍ତେ ବାହରିନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ପ୍ରସ୍ତାବ ଆହ୍ବାନ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ବାହରିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମାନନୀୟ ପୀୟୂଷ ଶ୍ରୀବାସ୍ତବଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ଯୋଗଦେଇ ଏହି ଅମୃତ ମହୋତ୍ସବରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ୭୫ଟି ଐତିହ୍ୟ ସମ୍ପନ୍ନ ଲୋକଶିଳ୍ପର ଉତ୍ପାଦ ବାହରିନ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ମାନଙ୍କରେ ପ୍ରଦର୍ଶନ ହେଉ ବୋଲି କହିଥିଲେ ।

ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ୭୫ଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ସମ୍ବଳିତ ପ୍ରଦର୍ଶନ ହେଉ । ୭୫ ସଂଖ୍ୟା ଅଧାରରେ ବହୁଗୁଣିତ ଭାରତୀୟ ଫଳ ବୃକ୍ଷ ମଧ୍ୟ ବିଦେଶ ମାଟିରେ ରୋପଣ କରିବାର ଆୟୋଜନ ହେଉ । ଏହାଦ୍ୱାରା ଭାରତ ଓ ବାହରିନ ଉଭୟ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ସଦ୍ଭାବନା ବଜାୟ ରହି ପାରିବ ବୋଲି ଡ. ପ୍ରହରାଜ ଗୁରୁତ୍ୱ ଦେଇଥିଲେ ।

ସେହିପରି ଭାରତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳାର ଏକ ସୁଦୃଶ୍ୟ ପ୍ରଦର୍ଶନ ମଧ୍ୟ ଏହି ବର୍ଷ ପାଳନ ଅବସରରେ ହେଉ ବୋଲି ଡ. ପ୍ରହରାଜ ପ୍ରସ୍ତାବ ରଖିଥିଲେ ।

ସଂଯୋଗ ବଶତଃ ବାହରିନ ମଧ୍ୟ ଏ ବର୍ଷ ତାର ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତୀ ପାଳନ କରୁଛି । ଏହି ଗୌରବମୟ ବର୍ଷ ପାଳନ ଉଭୟ ରାଷ୍ଟ୍ରର କୂଟନୈତିକ ସଂହତି ଓ ସଦ୍ଭାବନାକୁ ସ୍ମୃତି ବିଜଡିତ କରିବ ବୋଲି ଡ. ପ୍ରହରାଜ କହିଥିଲେ ।

ଏହି ପ୍ରସ୍ତାବ ଉପରେ ମତଦେଇ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ଏହାକୁ ଗ୍ରହଣ ପୂର୍ବକ ପ୍ରଶଂସା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଡ. ପ୍ରହରାଜ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଭାବରେ ବାହରିନରେ ଭାରତୀୟ ସଙ୍ଗଠନ ମାନଙ୍କ ମଧ୍ୟରେ ନିଜର ସୁନାମ ପ୍ରତିଷ୍ଠା କରି ପାରିଛନ୍ତି । ସେ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଭାବରେ ବାହରିନରେ ମଧ୍ୟ ଅବସ୍ଥାପିତ ଅଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here