ନାଉଗାଁ ରେ ଉତ୍କାଳ ଗୌରବ ମଧୁସୁଦନ ଦାସ ଙ୍କ ଜୟନ୍ତି ପାଳନ। ଜଗତସିଂହପୁର

ନାଉଗାଁ: ନାଉଗାଁ ବ୍ଲକ ଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୩ତମ ଜୟନ୍ତି ପାକଲନ ହୋଇଯାଇଛି। ଛାତ୍ର କଂଗ୍ରେସ ପ୍ରମୁଖ କର୍ମ କର୍ତ୍ତାମାନ ସ୍ଥାନିୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁ ପରିଷରରେ ଥିବା ମଧୁବାବୁ ଙ୍କ ପ୍ରତିମୃର୍ତ୍ତୀ ରେ ପୁଷ୍ପମାଳ ଓ ଧୂପ ଦେଇ ତାଙ୍କ ସ୍ମୃତି ଚାରଣା କରିଥିଲେ। ଓଡିଆ ଭାଷା ସାହିତ୍ୟ, ସ୍ବାଭିମାନ ର ସୁରକ୍ଷା, ଶିପ୍ଳ, ଶିକ୍ଷା, ସ୍ବାଧିନତା ସଂଗ୍ରାମ କ୍ଷେତ୍ର ରେ ଉତ୍କର୍ଷ ପ୍ରତିପାଦନ ପାଇଁ ସେ ଥିଲେ ଓଡିଆ ଜାତି ର କୂଳବୁଦ୍ଧ। ଭାଷା ଭିର୍ତିକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ସେ ଥିଲେ ମୁଖ କର୍ଣ୍ଣଧାର। ଅତୁଳନୀୟ ଅବଦାନ, ପ୍ରେରମଣା, ଶିକ୍ଷା, ସ୍ବାଭିମାନର ଲଢେଇ କ୍ଷେତ୍ର ରେ ଏ ଜାତି ହୋଇ ପାରିଛି ତାଙ୍କ ପାଇଁ ବଳିଆନ। ପ୍ରତି ଓଡିଆ ତାଙ୍କ ପାଇଁ ଗର୍ବରେ କୁହନ୍ତି ‘ମୁଁ ଓଡିଆ’ ବୋଲି । ଏହି ପରିପେକ୍ଷି ରେ ଛାତ୍ର କଂଗ୍ରେସ ପୂଜ୍ୟପୂଜା ପାଇଁ ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଶ୍ରୀ ସୁନିଲ କୁମାର ମାଟିଆ ଙ୍କ ତତ୍ତ୍ବାବଧାନ ରେ ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର  ଶ୍ରୀ କ୍ରଷ୍ଣାନନ୍ଦ ସାହୁ ଙ୍କ ନେତୃତ୍ବରେ   ସୌମ୍ୟସଞ୍ଜୀବ ଦାସ, ସ୍ମୃତିରଞ୍ଜନ ଜେନା, ବିକାଶ କୁମାର ନାୟକ, ପଙ୍କଜ ବେହୁରା, ନିଗମାନ୍ଦନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here