କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ୨ୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ବରିଷ୍ଠ ନାଗରିକଙ୍କୁ ୨ୟ ପର୍ଯ୍ୟାୟରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆ ଯାଇଥିବା ବେଳେ ପ୍ରଥମଥର ପାଇଁ କିଛି ANM ଓ GNM ନର୍ସିଂ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଟୀକା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସକାଳ ୭ଘଟିକାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଲମ୍ବା ଧାଡିରେ ଛିଡା ହୋଇ ସମସ୍ତେ ଟୀକା ନେବାପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । କିଛି ବରିଷ୍ଠ ନାଗରିକ ମାନେ ମଧ୍ୟ ଏପରି ଅଭିଯୋଗ ଆଣି କହିଛନ୍ତି ଯେ-ସେମାନଙ୍କର ଏପରି ପରିଣତଃ ବୟସରେ ପ୍ରବଳ ଗ୍ରୀଷ୍ମ ତାପକୁ ସହ୍ୟ କରିପାରିବା ଭଳି କ୍ଷେମତା ନଥିଲେ ମଧ୍ୟ କରୋନା ମହାମାରୀର ଭୟରେ ପ୍ରବଳ ଖରାସତ୍ୱେ ମଧ୍ୟ ଲମ୍ବା ଧାଡିରେ ସେମାନେ ଟୀକାନେବା ପାଇଁ ୨ ରୁ ୩ ଘଣ୍ଟା କାଳ ଏତେ ଦୀର୍ଘ ସମୟଧରି ଲମ୍ବା ଲାଇନରେ ଛିଡା ହୋଇ ରହିବା ଏବଂ ଟୀକାନେବା ନିଶ୍ଚିଂତଃ ରୂପେ ଜିଲ୍ଲା ପ୍ରଶାସନ, ହସପିଟାଲ୍ କତ୍ତୃପକ୍ଷଙ୍କର ଅପାରଗତା ଓ ପାରିବା ପଣିଆଁ କଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଏକ ମୂଖ୍ୟ ପ୍ରସଂଗ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଜଣାପଡିଛି । ତେବେ ଆସନ୍ତୁ ଏଥର ଟିକେ ନଜର ପକାଇ ନେବା କେମିତି ରହିଥିଲା ହସପିଟାଲ ପରିସରରେ ଟୀକା ଦିଆଯାଉଥିବା ସ୍ଥାନ ସହିତ ପାରିପାର୍ଶ୍ବିକ ସ୍ଥିତି ଏବଂ ଟୀକା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ANM ଲୋପାମୁଦ୍ରା ନାୟକଙ୍କ ସମେତ ANM ଅନୁରାଧା  ଖଟୁଆ ଏବଂ ଅନ୍ୟାନ୍ୟ ସମସ୍ତ ନିୟୋଜିତ କର୍ମଚାରୀମାନେ । ତେବେ ଆସନ୍ତୁ ନା ସିଧା ସଳଖ ଶୁଣି ନେବା ସେମାନଙ୍କ ମୁହଁରୁ । ଟୀକା କରଣକୁ ନେଇ ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ସେମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here