ଖୁଡିକୁ ମର୍ଡର କରି ପୁତୁରା ର ଆତ୍ମହତ୍ୟା।

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁରେ ଅଭାବନୀୟ ଘଟଣା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତଥା ଏକତରଫା ପ୍ରେମ କରି ପୁତୁରାର କୁରାଢି ଚୋଟରେ ଖୁଡୀର ମୃତ୍ୟୁ ହୋଇଛି।ତା ପରେ ମାନସିକ ଭାରସାମ୍ୟ ହରାଇ ଅଭିଯୁକ୍ତ ପୁତୁରା ଦେବୀ ପ୍ରସାଦ ଜେନା ଗାଁ ଶେଷ ମୁଣ୍ଡରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇଜଗତସିଂହପୁର ଏସ୍ଡିପିଓ ପ୍ରିୟରଞ୍ଜନ ଶତପଥି ଓ ସଦର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସଦଳ ବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରୁ ଯାହା ଜଣାପଡିଛି ଯେ ଦୀର୍ଘ ଦିନ ଧରି ପୁତୁରା ଦେବୀ ପ୍ରସାଦ ଜେନା ଦାଦା ଓ ଖୁଡୀ ସହିତ ଜମିବାଡ଼ି କୁ ନେଇ କଳି ଝଗଡା କରୁଥିବା ବେଳେ ଅନେକ ସମୟରେ ଖୁଡ଼ୀ ପ୍ରତି ଏକତରଫା ପ୍ରେମ କରି ଅଶାଳୀନ ବ୍ୟବହାର କରିଥିଲା। ପୁତୁରା ଦେବୀ ବିଭିନ୍ନ ସମୟରେ ବହୁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା। ତେବେ ଆଜି ସକାଳ ପ୍ରାୟ ନଅଟା ପାଖାପାଖି ଖୁଡୀ ଲିପ୍ସା ଜେନା ଘର ପଛପଟକୁ ଅଳିଆ ପକାଇବାକୁ ଯାଇଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ପୁତୁରା ଏକ କୁରାଢ଼ିରେ ମୁଣ୍ଡକୁ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ଲିପସାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଅଭିଯୁକ୍ତର ବାପା ଓ ମାଆଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here