୨ଟି ମୋଟରସାଇକେଲ ମୁହାଁ ମୁହିଁ ଧକ୍କା, ୩ ଗୁରୁତ୍ତର I

ଡାବୁଗାଁ, ୧୮/୪ ରବିବାର ରାତ୍ରି ୭ ଘ॰ ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଝାଲିଆଗୁଡା ଛକରେ ୨ ଟି ମୋଟରସାଇକେଲ ମୁହାଁ ମୁହିଁ ଦୁର୍ଘଟଣା ଘଟି ୩ ଜଣ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ –  ଉମରକୋଟ ରାଜ୍ୟ ରାଜପଥ -୩୯ ଉପରେ ଉମରକୋଟ ଆଡୁ ମୋଟରସାଇକେଲ ନଂ ଓଡି ୨୪ ସି ୨୫୮୩  ଡଙ୍ଗରା ଆଡକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକେଲ ନଂ ଓଡି ୨୪ ଡି ୯୩୪୮ ସହ ଝାଲିଆଗୁଡା ଛକ ଠାରେ  ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ୨ଟି ମୋଟରସାଇକେଲ ଆରୋହି ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଅଗ୍ନିସମ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଆହତ ମାନେ ହେଲେ କୋଡିଗାଁ ଥାନା ଅଧୀନ ଡଙ୍ଗରା ଗ୍ରାମର ଭୁବନ ମାଳୀ (୪୫) ଓ ସୁବାସ ଚନ୍ଦ୍ର ମାଳୀ (୨୦) ଓ ଅନ୍ୟ ଜଣେ ଉମରକୋଟ ଥାନା ଅଧୀନ ପୁର୍ଲା ଛଟାଗୁଡା ଗ୍ରାମର ଲାଲୁ ବିଶ୍ଵାସ (୨୦) | ଏହି ୩ ଜଣଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1॰TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here