୩୦ ଟି ପରିବାର କୁ ଆହାର ଯୋଗାଇ ଦେଉଛି”ବତାକନ୍ଦା” : ନବରଙ୍ଗପୁର

ଡାବୁଗାଁ, ୧୭/୪ ନବରଙ୍ଗପୁର ଜିଲା ମେଦନା ଗ୍ରାମ ପଞ୍ଚାୟତ ସଦର ମହକୁମା ର ୩୦ ଟି ପରିବାରକୁ ଆହାର ଯୋଗାଇ ଦେଉଛି “ବତା କନ୍ଦା” । ଉକ୍ତ ଗ୍ରାମର ୩୦ ଟି ପରିବାର ପୁରୁଷ ଓ ମହିଳା ପ୍ରତ୍ୟେକ ଦିନ ଆଜକୁ ୩ ମାସ ହେବ ସକାଳ ୭ ଘଣ୍ଟା ରୁ ଉଠି ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ନଦୀ ୨ ପାର୍ଶ୍ୱ ରୁ ବତା କନ୍ଦା ସଂଗ୍ରହ କରିବାକୁ ବାହାରି ପଡନ୍ତି । ପ୍ରତି ଜଣ ଆନୁମାନିକ ୩୦ କିଗ୍ରା ବତା କନ୍ଦା ସଂଗ୍ରହ କରି ଘରକୁ ଆଣି ଥାଆନ୍ତି | ଉକ୍ତ ବତା କନ୍ଦାର ମୂଲ୍ୟ ଆଦିବାସୀ ଜନସଧାରଣ ଙ୍କୁ ଜଣା ନ ଥିବା ବେଳେ ଛତିଶଗଡ ରାଜ୍ୟର  ରାଇପୁର ଅଞ୍ଚଳ ରୁ ବ୍ୟବସାୟୀ ଆସି କିଲୋ ପିଛା ପ୍ରଥମେ ୧୪ ଟଙ୍କା ଦରରେ  ନେଉଥିଲେ । ଏବେ କିଲୋ ପିଛା ୧୯ ଟଙ୍କାରେ ନେଉଛନ୍ତି । ବତା କନ୍ଦା ଦ୍ୱାରା ଔଷଧ ତିଆରି ହେଉଛି ବୋଲି କୁହନ୍ତି ବତାକନ୍ଦା କିଣିବା ବ୍ୟବସାୟୀ । ଉକ୍ତ ବତାକନ୍ଦା ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ମୂଲ୍ୟ ଆକଳନ କଲେ ଆଦିବାସୀ ଜନସାଧାରଣ ଉପକୃତ ହୋଇପାରିବେ ଵୋଲି ୩୦ ଟି ପରିବାର ମତ ବ୍ୟକ୍ତ କରିଛନ୍ତି । ଉକ୍ତ ଗ୍ରାମରୁ ଗାଡି ଗାଡି ମାଲ ଯାଉଥିବା ବେଳେ ବତାକନ୍ଦା ସଂଗ୍ରହ କାରି ବିପୁଳ ପରିମାଣ ର କ୍ଷତି ସହୁଛନ୍ତି । ପ୍ରଶାସନ ଯଦି ଉକ୍ତ ବତାକନ୍ଦା ର ଉଚିତ ମୁଲ୍ୟ ବୁଝି ସଂଗ୍ରହ କାରୀ ମାନଙ୍କୁ ପାଇବାର ସୁବିଧା କରାଇ ପାରନ୍ତେ, ତେବେ ସଂଗ୍ରହ କାରୀ ମାନଙ୍କ ରୋଜଗାର ବଢ଼ି ସୁଖରେ ଜୀବନ ଜୀବିକା ନିର୍ବାହ କରି ପାରନ୍ତେ ଓ ଆର୍ଥିକ ସମ୍ବଳ ସୁଧୁରି ଯାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ସଂଗ୍ରହ କାରୀ ମାନଙ୍କ ମଧ୍ୟରୁ ହେଲେ ସୁନାଫୁଲ ପୂଜାରୀ, କନକ ଦେଇ ପୂଜାରୀ,  ଉଆଁସୁ ପୂଜାରୀ , ସନମତି ପୂଜାରୀ, ଉର୍ବସି ପୂଜାରୀ, ଧନ ସାଇ ବିନ୍ଧାଣି, ଜେମା ପୂଜାରୀ ପ୍ରମୁଖ ଆଉ ଅନ୍ୟମାନେ ଉକ୍ତ ବତାକନ୍ଦା ସଂଗ୍ରହ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି । ଉକ୍ତ ବତାକନ୍ଦା ନଦୀ ଦୁଇ ପାଖ ଓ ଓଦା ଥିଵା  ସ୍ଥାନ ମାନଙ୍କ ରୁ    ସଂଗ୍ରହ ବର୍ଷା ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଗ୍ରହ କାରୀ ନିଳାମ୍ବର ପୂଜାରୀ ସୂଚନା । ଦୈନିକ ଜଣେ ଲୋକ ଆନୁମାନିକ  ୩୦ କିଲୋ ବତା କନ୍ଦା ସଂଗ୍ରହ କରନ୍ତି । ଏଣୁ ପ୍ରଶାସନିକ ସ୍ତର ରେ ଆଦିବାସୀ ଜନସାଧାରଣ ଙ୍କ ନିମନ୍ତେ ଏହା ଉପରେ ଦୃଷ୍ଟି ପଡ଼ିବାକୁ ଗ୍ରାମବାସୀ ଦୃଢ ଦାଵୀ କରିଛନ୍ତି।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା। Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here