ବାହାରିନରେ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ଅକ୍ଲାନ୍ତ ଉଦ୍ୟମରେ ମୃତ ପ୍ରବାସୀ ଓଡ଼ିଆ ଶ୍ରମିକ ଦେବାଶିଷଙ୍କ ପରିବାର ପାଇଲେ ୨୧ ଲକ୍ଷ କ୍ଷତିପୂରଣ I

ବାହରିନ / ଭୁବନେଶ୍ୱର, ୧୫.୪ : ଓଡ଼ିଆ ପୁଅ ଦେବାଶିଷ ସାହୁ ବାହରିନର  ଇଲେକ୍ଟ୍ରୋ ମେକାନିକାଲ କମ୍ପାନୀରେ କାର୍ଯ୍ୟରତ ଥାଇ ଏକ ଭୂତଳ ମରାମତି କାର୍ଯ୍ୟ କରୁଥିବାବେଳେ ଗତ ନଭେମ୍ବର ମାସରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ ।

ସ୍ଥାନୀୟ କର୍ତ୍ତୃପକ୍ଷ ଏହା ଶ୍ଵାସରୁଦ୍ଧ ଜନିତ ମୃତ୍ୟୁ ବୋଲି ପ୍ରମାଣିତ କରିଥିଲେ ଏବଂ ସାମାଜିକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଶ୍ରମ ଆଇନ ଅନୁଯାୟୀ ଶ୍ରମିକଙ୍କ ଜୀବନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା ।

ଏହାର ପ୍ରତିବାଦ କରି ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ, ଭାରତ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କାର୍ଯ୍ୟରତ ଶ୍ରମିକଙ୍କ କ୍ଷତିପୂରଣ ନିମନ୍ତେ  ଡ. ପ୍ରହରାଜ ନିଯୁକ୍ତିଦାତା କମ୍ପାନୀ ପାଖରେ ଦୃଢ଼ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ କରିଥିଲେ ।

ଫଳରେ ମୃତ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନୀ ୨୧ ଲକ୍ଷର କ୍ଷତିପୂରଣ ରାଶି ପ୍ରଦାନ କରିଅଛି । ଏଥିସହିତ ସାମାଜିକ ସୁରୁକ୍ଷା ବୀମା କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ନିମନ୍ତେ  ଆଇନଜୀବୀଙ୍କ ଜରିଆରେ ଦାବୀ ଉପସ୍ଥାପନ କରିଛନ୍ତି ।

ଏଥିପାଇଁ ଦେବାଶିଷଙ୍କ ଜିଲା ଭଦ୍ରକର ବୁଦ୍ଧିଜୀବୀ ସମାଜ ସମେତ ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ଦେବାଶିଷଙ୍କ ବାପା ବସନ୍ତ ସାହୁ ଡ. ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Dr Arun Ku Praharaj

ଉଲ୍ଲେଖନୀୟ ଯେ, ମୃତ ଦେବାଶିଷଙ୍କ ମର ଶରୀର କରୋନା ସଙ୍କଟ କାଳରେ ଏୟାର ଇଣ୍ଡିଆ ବିମାନ ଯୋଗେ ମୁମ୍ବାଇ ଦେଇ ଓଡ଼ିଶା ଆସିବାରେ ଡ. ପ୍ରହରାଜ ଅକ୍ଲାନ୍ତ ଉଦ୍ୟମ କରିଥିଲେ ।

ଏଥିପାଇଁ ଡ. ପ୍ରହରାଜଙ୍କୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିଥିଲା ।

ଡକ୍ଟର ପ୍ରହରାଜ ପ୍ରବାସୀ ଓଡ଼ିଆ ତଥା ଭାରତୀୟ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଓ ସାମାଜିକ ସୁରକ୍ଷା ପାଇଁ ଦୀର୍ଘ ଦୁଇଦଶନ୍ଧି ଧରି ସଂଗ୍ରାମ ଜାରି ରଖିଛନ୍ତି । ତାଙ୍କ ମତରେ ବିଦେଶରେ କାର୍ଯ୍ୟକରୁଥିବା ପ୍ରବାସୀ ଶ୍ରମିକ ଓ ଅଧିକାରୀମାନେ ପରସ୍ପର ସହଯୋଗ ମାନସିକତା ରଖିଲେ ଆମର ସାମାଜିକ ଜୀବନ କେବେ ବି ବିପର୍ଯ୍ୟସ୍ତ ହେବ ନାହିଁ ।

ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ଡ. ପ୍ରହରାଜ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଭାବରେ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ପ୍ରସାରରେ ବିଶ୍ଵବ୍ୟାପୀ ସୁନାମର ଅଧିକାରୀ ଅଟନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here