ଡାବୁଗାଁ ନୂଆଗୁଡାରେ ପାନୀୟ ପାଣିର ସଙ୍କଟ: ଭୁତଳ ପାଇପ ଓ ଟାଙ୍କି ଥାଇ ପାଉ ନାହାନ୍ତି ପାନୀୟ ଜଳ

ଡାବୁଗାଁ, ୧୬/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ନୂଆଗୁଡାରେ ତ୍ରିନାଥ ଯୁବକ ସଙ୍ଘ ପାଖରେ ଥିବା ୪୦ ହଜାର ଲିଟର ପାଣି ଧରି ରଖିବା ଟାଙ୍କି ନିର୍ମାଣ ହୋଇଛି । ଜନସାଧାରଣ ଓ ଉକ୍ତ ସାହି ବାସିନ୍ଦା ସ୍ଵଛ ପାନୀୟ ଜଳ ପାଇପାରିବେ ବୋଲି ନିର୍ମାଣ ହୋଇଥିଲା । କିନ୍ତୁ ଅଳ୍ପ କିଛିଦିନ ପାନୀୟ ଜଳ ସାହିବାସିନ୍ଦା ଭଲରେ ପାଇପାରିଲେ । ଉକ୍ତ ଭୁତଳ ପାଇପ ରୁ ରେଲି ସାହିକୁ ସଂଯୋଗ ଦେଇ ମଝିରେ ଗେଟ ନ ଲଗାଇ ପାଣି ଛାଡିଦେଲେ । ଫଳରେ ନୂଆ ଗୁଡା ଜନସାଧାରଣ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ଉକ୍ତ ସାହିରେ ପାନୀୟ ଜଳ ପାଇପ ରୁ କେତେକ ବ୍ୟକ୍ତି ମୋଟର ଲଗାଇ ପାନୀୟ ଜଳ ତାଙ୍କ ସୁବିଧା ପାଇଁ ନେଇ ଅନ୍ୟ ଲୋକ ମାନଙ୍କୁ ପାନୀୟ ଜଳ ପାଇପାରୁ ନାହାନ୍ତି । ମୋଟର ଲଗାଇବା କଥା ବ୍ଲକ ପ୍ରଶାସନ ଜାଣିବା ପରେ ଡାକ ବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଗଲା ମୋଟର କାଢି ଦିଅନ୍ତୁ, ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କମିଟି ଗଠନ କରାଯାଇ ଥିଲା ଓ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଏହି କଥା ଉପରେ ଗୁରୁତ୍ୱ ଦିଆଯାଇଥିଲା ।  ହେଲେ କାର୍ଯ୍ୟ କ୍ଷେତ୍ରରେ ଫଳ ହେଲା ଶୂନ । ଟାଙ୍କି ଥାଇ ପାଣି ପାଉ ନାହାନ୍ତି ହି ବାସିନ୍ଦା । ସରକାରଙ୍କ ଯୋଜନା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ରୁ ଏପରି ପରିସ୍ଥିତି । ନୂଆଗୁଡାରେ ଉକ୍ତ ପାଣି ଟାଙ୍କି ରହି ଥିବା ବେଳେ ପାଣି ଟାଙ୍କି ଉପରେ ଓ ପମ୍ପଗୃହରେ ନୂଆଗୁଡା ଲେଖା ହେବା ବଦଳରେ ନୂଆଗାଁ ଲେଖା ଯାଇଛି । ଏବେ ଖରା ର ପ୍ରକୋପ ଥିରେ ଥିରେ ବଢୁ ଥିବାରୁ ପାନୀୟ ଜଳ ପାଇଁ ଏଠାର ଲୋକେ ଡହଳ ବିକଳ ହେଉଛନ୍ତି । ଗ୍ରାମର ୱାର୍ଡସଭ୍ୟ ଓ ସାହିର ଭଦ୍ରବ୍ୟକ୍ତି ବାହାରି ଘର ପିଛା ୫୦ ଟଙ୍କା ଲେଖା ମାଗି ପାନୀୟ ଜଳ ଯେପରି ସୁରୁ ଖୁରୁରେ ପାଇପାରିବେ ସେ ବ୍ୟବସ୍ଥା ରେ ଲାଗି ପଡିଛନ୍ତି । ଏ ନେଇ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତାମେରୀ ନାୟକ ଙ୍କ ସହ ଯୋଗାଯୋଗ କରିବାରୁ ଏକଥା ମୁଁ ବୁଝୁଛି ଓ  ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଙ୍କସହ କଥା ହୋଇ ସମସ୍ୟାର ସମଧାନ କରିବେ ବୋଲି କହିଥିଲେ  । ଏହା ସହ  ପାଇପ ଫାଟି ପାଣି ରାସ୍ତାରେ ଗଲେ ମଧ୍ୟ କେହି ଦେଖିବାକୁ ଲୋକ ପ୍ରଶାସନ ପାଖରେ ନାହିଁ । କନିଷ୍ଠ ଯନ୍ତ୍ରୀ ଙ୍କ ପାଖକୁ ଯେତେବେଳେ ଗଲେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ପଡି ରହିଛି ତାଲା । ହେଲେ ଗୁହାରି କରିବେ କାହାକୁ ? କଥାରେ କଥାରେ ରହି ଯାଉଛି ସମଧାନ । ଏଣୁ ବ୍ଲକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦୃଢ ଦାବି କରିଛନ୍ତି । ସରକାରଙ୍କ ଯୋଜନା କୁ ଫଳପ୍ରଦ କରାଇ ଜନସାଧାରଣ ଙ୍କ ମୁହଁରେ ହସ ଫୁଟାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।    

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା, Odisha1॰TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here