ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପୋଡାଗଡ଼ ଗସ୍ତ I

 ଡାବୁଗାଁ, ୧୫/୪ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ ଐତିହାସିକ ପୋଡାଗଡ଼ ପୀଠ କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ବିଭାଗୀୟ କର୍ମକର୍ତ୍ତା ସର୍ଭେ କରିବାକୁ ଆସିଥିଲେ । ଏଠାରେ ରାଜବାଟି ଥିବାର ପ୍ରମାଣିତ ହୋଇଥିଲା । ୫ମ ଶତାବ୍ଦୀ ର ନଳ ବଂଶ ର ରାଜା ସ୍କନ୍ଧବର୍ଧନ ଙ୍କ ସମୟର ଶିଳା ଲେଖା ଅନୁଧ୍ୟାନ କରିଥିଲେ । ଏହି ରାଜବାଟିରୁ ବହୁ ମୂଲ୍ୟବାନ ପଥର ଓ ମାଟିର ବାସନ, ଅଳଙ୍କାର, ଘୋଡାମୁଣ୍ଡ, ପଥରକୁ ପଥର ଯୋଢେଇ ହୋଇ ରହିଥିବା ଲୂହାର କ୍ଲାମ୍ପ, ପ୍ରାଚୀନ ଇଟା ପାଇଥିଲେ । ବିଶେଷ ଆକର୍ଷଣୀୟ ସାମଗ୍ରୀ, ରାଣୀ ଗାଧୋଇବା ସମୟରେ ଦେହ ମଜା ପଥର ଅକ୍ଷତ ଅବସ୍ଥାରେ ମିଳିଥିଲା ।

ଏହି ସର୍ଭେ ସମୟରେ ବିଭାଗୀୟ କର୍ମଚାରୀ ହେଲେ ସହକାରୀ ଅଧିକ୍ଷକ ପ୍ରତ୍ନତତ୍ତ୍ଵ ବିଭାଗ ଭାଗିରଥି ଗଡତିଆ, ସହକାରୀ ପ୍ରତ୍ନତତ୍ତ୍ଵବିତ୍ ରାହୁଲ ଶ୍ରୀବାସ୍ତବ ଓ ସର୍ଭେୟର୍ ପ୍ରଦୀପ କୁମାର ରାଉତଙ୍କ ସହିତ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ  ତହସିଲଦାର ଡା॰ ହିମାଞ୍ଚଳ ମାଝି, ରାଜସ୍ୱ ପରିଦର୍ଶକ ଅନିଲ କୁମାର ଦାଶ, ସହକାରୀ  ରାଜସ୍ୱ ନିରିକ୍ଷକ ଜୋଗେନ୍ଦ୍ର ପ୍ରସାଦ ଦାଶ, ସନୁ ବାଣୁଆ ଓ ଉମରକୋଟ ବନାଞ୍ଚଳ ଅଧିକାରୀ ପୁର୍ଣ ଚନ୍ଦ୍ର ନାୟକ, ଧୋଡ୍ରା ବନ ପାଳ କାମାକ୍ଷା ପ୍ରସାଦ ସ୍ୱାଇଁ, ବନରକ୍ଷୀ ଆକୁଳ ଵୈରାଗୀ, ଅଗ୍ନି ନିୟନ୍ତ୍ରକ ପବିତ୍ର କଟା, ପୋଡା ଗଡ଼ ସେବୟତ ଚାରି ଟେବୁଲ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ସଭାପତି ଉର୍ଧବ ଚରଣ ନାୟକ, ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଭରମ୍ ଦାସ ବିଶୋଇ, ତୁଳସୀ ରାମ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।  ସମସ୍ତ କାର୍ଯ୍ୟ ମୁଖ୍ୟ ଉପଦେଷ୍ଟା ଗବେଷକ କୈଳାସ ଚନ୍ଦ୍ର ବେହେରା ଓ ଆଇନ ପରାମର୍ଶ  ଦାତା ରାମ ନାୟକ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା, Odisha1॰TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here