ଖବର ସଂକ୍ଷେପ ରେ…… ତାରିଖ ୧୭/୦୪/୨୧, ଶନିବାର (NEWS IN BULLETS)

୧-ଆଜିଠୁ ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାନ୍ଧ୍ୟ ଆଇନ ଲାଗୁ ହେଉଥିବା ବେଳେ ଅନ୍ୟ ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ଭୋର ୫ଟା ପର୍ଯ୍ୟନ୍ତ ହେବ ଲାଗୁ।

୨-ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ଟ୍ରେନ୍‌ ଚଳାଚଳ କର ବନ୍ଦ, କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟ ଶାସନ ସଚିବ।

୩-ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ISCE ଦଶମ ଓ ଦ୍ଵାଦଶ ପରୀକ୍ଷା ହେଲା ସ୍ଥଗିତ।

୪-ଟ୍ବିନ ସିଟିରେ ସାବାଡ ହେବେ କୋଭିଡ ନିୟମ ଉଲଙ୍ଘନକାରୀ, ନାଇଟ କର୍ଫ୍ୟକୁୁ କଡାକଡି କରିବାକୁ ପାଟ୍ରୋଲିଂ ଜୋରଦାର।

୫-ବାସୁଦେବପୁର: ଦୁଇ ମାସ ପାଇଁ ମାଛଧରା ଉପରେ ଲାଗିଲା ପ୍ରତିବନ୍ଧକ।

୬-ଚାଷୀଙ୍କ ପାଇଁ ଖୁସି ଖବର, ମୌସୁମୀ ଆସିବ ଠିକ ସମୟରେ ଓ ସାରାଦେଶରେ ହେବ ସ୍ୱାଭାବିକ ବୃଷ୍ଟିପାତ।

୭-ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ।

୮-କଟକ JMFC କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର୍‌, ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା କମିଶନରେଟ ପୋଲିସ।

୯-ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ।

୧୦-ଭୁବନେଶ୍ୱର:”ସିଲାବସ୍‌ ସାରିବାକୁ ହେଲେ ଅନଲାଇନ୍‌ରେ କ୍ଲାସ କର” : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

୧୧-କଟକ:ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଫସି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା, JE ସସ୍‌ପେଣ୍ଡ୍‌।

୧୨-ପୁରୀ:ଏଣିକି ସପ୍ତାହରେ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର।

୧୩-ଦ୍ୱିତୀୟ ଲହରରେ ଚିନ୍ତା ବଢାଇଲାଣି ଦିଲ୍ଲୀ । ସଂକ୍ରମଣରେ ମହାରାଷ୍ଟ୍ରକୁ ଟପୁଛି ଦେଶର ରାଜଧାନୀ

୧୪-ଦୀପକ ଚହରଙ୍କ ଚମକ, ପଞ୍ଜାବ କିଙ୍ଗ୍ସକୁ ହରାଇ ପ୍ରଥମ ବିଜୟ ହାସଲ କଲା ଚେନ୍ନାଇ ସୁପରକିଙ୍ଗ୍ସ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here